Home ଜିଲ୍ଲା ପରିକ୍ରମା ଶବ ବ୍ୟବଛେଦ ଘରେ ଶାଶୁଘର ଲୋକେ ମୃତଦେହ ଛାଡିପଳାଇଲେ,ଦୁଇସ୍ୱେଚ୍ଛାସେବୀ ମହିଳା ମଶାଣିରେ ଶବ ସଂସ୍କାର କଲେ

ଶବ ବ୍ୟବଛେଦ ଘରେ ଶାଶୁଘର ଲୋକେ ମୃତଦେହ ଛାଡିପଳାଇଲେ,ଦୁଇସ୍ୱେଚ୍ଛାସେବୀ ମହିଳା ମଶାଣିରେ ଶବ ସଂସ୍କାର କଲେ

383

ମାଲକାନଗିରି,୧୭ା୩ (ଓଡିଆ ପୁଅ ) ସ୍ୱାମୀ ଓ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଇ ମାରିଦେଲେ,ସେତିକିରେ ସମାନଙ୍କ ମନ ମାନିଲା ନାହିଁ ଯେ ଶବବ୍ୟବ ଛେଦ କରିବାକୁ ଆଣି ମୃତଶରୀର ଛାଡି ପଳାଇଲେ,ମାଲକାନଗିରି ଶବବ୍ୟବଛେଦ ଗୃହରେ ଜଣେ ମହିଳାଙ୍କ ମୃତଶରୀର ପଡିରହିଥିବାର ଜାଣିପାରି ଦୁଇଜଣ ସ୍ୱେଚ୍ଛାସେବି ମହିଳା ନିକଟସ୍ଥ ମଶାଣିରେ ଶବସଂସ୍କାର କରିଥିବା ଘଟଣା ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟପାଲଟିଛି । ଏ ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାସ୍ଥ ଚିତାପାରି ପଚାଂୟତ ଏମଭି୧୦୪ ଗ୍ରାମରେ । ସେହି ଗ୍ରାମର ନୈନିପାଲ କୀର୍ତନୀୟା ନାମକ ଯୁବକ ମାଲକାନଗିରି ଥାନାସ୍ଥ ଏମଭି୧୭ଗ୍ରାମର ଜୟନ୍ତୀ କୀର୍ତନୀୟାଙ୍କୁ ଗତ୨ବର୍ଷତଳେ ବିବାହକରିଥିଲେ ।ବିବାହର ବର୍ଷକପରେ ଜୟନ୍ତୀଙ୍କର ଝିଅଟିଏ ଜନ୍ମହେବାରୁ ତାଙ୍କୁ ସ୍ୱାମୀ ନୈନୀପାଲ ଓ ଶାଶୁଘର ଲୋକେ ବାରମ୍ବାର ନିର୍ଯ୍ୟାତନା ଦେଇଆସୁଥିଲେ । ଗତ ୪ମାସତଳେ ସ୍ୱାମୀ ଜୟନ୍ତୀଙ୍କୁ ଏକ ମାଛକଟା ପନିକିରେ ହାଣିଦେବାସହିତ ଗଛରେ ମୁଣ୍ଡକୁ ବାଡେଇଦେବାରୁ ସେ ଗୁରୁତର ହୋଇପଡିଥିଲେ । ଏ ଖବର ଜୟନ୍ତୀଙ୍କ ଭାଇ ବିଜୟ ତରପଦାର ଜାଣିବାପରେ ମାଲକାନଗିରି ହସପିଟାଲରେ ଚିକିତ୍ସାକରି ଭଲହେବାପରେ ଭଉଣୀଙ୍କୁ ନେଇ ତାଙ୍କ ଶାଶୁଘରେ ଛାଡିଦେଇଥିଲେ । ଗତ ୧୫ଦିନତଳେ ପୁଣି ଜୟନ୍ତୀଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଗର ଲୋକେ ମକଣାନ୍ତକ ଆକ୍ରମଣ କରି ଗୁରୁତର କରିଦେଇଥିଲେ । ତାଙ୍କୁ ପ୍ରଥମେ ମାଲକାନଗିରି ହସପିଟାଲରେ ଚିକିତ୍ସାନିମନ୍ତେ ଭର୍ତି କରାଯାଇଥିଲା , ଅବସ୍ଥା ସଙ୍କଟା ପନ୍ନହେବାରୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।କୋରାପୁଟ ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଗତ୧୪ତାରିଖ ଦିନ ଜୟନ୍ତୀଙ୍କର ମୃତ୍ୟୁଘଟିଥିଲା । ଜୟନ୍ତିଙ୍କ ପରିବାରଙ୍କୁ ନଜଣାଇ ୧୫ତାରିଖ ଦିନ ତରବରିଆ ଭାବେ ମଶାଣିକୁ ନେଇ ମୃତଶରୀର ପୋଡିଦେବା ପାଇଁ ଚେଷ୍ଠାକରୁଥିବା ବେଳେ ଜୟନ୍ତୀଙ୍କ ଭାଇ ଓରକେଲ ଥାନାରେ ଅବିଯୋଗ କରିବାପରେ ପୁଲିସ ମୃତଶରୀର ମଶାଣିରୁ ଜବତକରି ମାଲକାନଗିରି ହସପିଟାଲକୁ ଶବବ୍ୟବଛେଦ ନିମନ୍ତେ ପଠାଇଥିଲେ ଓ ଜୟନ୍ତୀଙ୍କ ସ୍ୱାମୀ ନୈନିପାଲଙ୍କୁ ଗିରଫକରିଥିଲେ । ୧୫ତାରିଖରେ ରାତ୍ର ହୋଇଯାଇଥିବାରୁ ଶବବ୍ୟବଛେଦ ହୋଇପାରିନଥିଲା, ଗତ କାଲି ଅପରାହ୍ନରେ ମାଲକାନଗିରି ଠାରେ ଶବବ୍ୟବଛେଦ କରାଯାଇଥିଲା,ଜୟନ୍ତୀଙ୍କ ଶାଶୁଘର ଲୋକେ ଶବଛାଡି ପଳାଇ ଯାଇଥିବା ବେଳେ ଶବ ନିକଟରେ ଜୟନ୍ତୀଙ୍କ ଭାଇ ଏକାକି ଜଗିରହିଥିଲେ , ଏ ଖବର ମାଲକାନଗିରି ଜିଲ୍ଲାସଦର ମହକୁମାର ସାମାଜିକ କର୍ମୀ ଗୀତାଜଂଳୀ ମହାପାତ୍ର ଓ ସହଦେବୀ ମାଢି ଜାଣିବା ପରେ ଶବ ବ୍ୟବଛେଦ ଗୃହନିକଟରେ ପହଁଚି ଜୟନ୍ତିଙ୍କ ଭାଇ ବିଜୟଙ୍କୁ ସାହସ ଦେଇ ପଚା ଶବକୁ କାନ୍ଧେଇ ମଶାଣିକୁ ନେଇ ଗାତ ଖୋଳି ପୋତି ଶବସଂସ୍କାରର କରିଥିବାର ଜଣାପଡିଛି । ଜନମ ଜନମ ପାଇଁ ସାଥୀ ହେବାକୁ ହୋମକୁଣ୍ଡ ନିକଟରେ ସପଥ ନେଇଥିବା ସ୍ୱାମୀ ପରକରି ନିଜ ବିବାହିତ ସ୍ତ୍ରୀକୁ ନାର୍ଯ୍ୟାତନାଦେଇ ମାରିଦେବା ଓ ମୃତଶରୀର ଛାଡି ପଳାଇଥିବା ବେଳେ ଦୁଇଜଣ ମହିଳା ସେହି ଶବକୁ ମଶାଣିକୁ ନେଇ ଶବସଂସ୍କାର କରିବା ଘଟଣା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.