Home ଜିଲ୍ଲା ପରିକ୍ରମା ଆନ୍ତରାଜ୍ୟ ବସ ଚଳାଚଳା ଉପରେ କଟକଣା,ଯାଚଂ ସମୟରେ ପରମିଟ ନଥିବାରୁ ଦୁଇଟି ବସକୁ ୩୨ହଜାରଟଙ୍କା ଜରିମାନା

ଆନ୍ତରାଜ୍ୟ ବସ ଚଳାଚଳା ଉପରେ କଟକଣା,ଯାଚଂ ସମୟରେ ପରମିଟ ନଥିବାରୁ ଦୁଇଟି ବସକୁ ୩୨ହଜାରଟଙ୍କା ଜରିମାନା

226

ମାଲକାନଗିରି,୧୭ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ବସଷ୍ଠାଣ୍ଡରେ ଜନଗହଳି ରୋକିବା, ବସ ଯାତ୍ରୀ ମାନେ ସୁରକ୍ଷିତ ଭାବେ ଯାତ୍ରା କରିବା ସହିତ କରୋନା ସଂପର୍କରେ ସତର୍କତା ମୁଳକ ଜନସଚେତନତାର ବାର୍ତା ଜିଲ୍ଲାପ୍ରଶାସନ ପକ୍ଷରୁ ଗତ କାଲିରାତ୍ରରେ ଦିଆଯାଉଥିଲା । ଆଳୁଖୋଳୁ ଖୋଳୁ ମହାଦେବଙ୍କ ବାହାରିଲା ପରି ଦୁଇଟି ବସ ର ଆନ୍ତରାଜ୍ୟ ଯାତ୍ରୀ ପରିବହନ ପରମିଟ ନଥାଇ ବସ ଚଳାଚଳ କରୁଥିବାରୁ ସେମାନଙ୍କ ଠାରୁ ୩୨ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ସୋମବାର ରାତ୍ରରେ ମାଲକାନଗିରି ଜିଲ୍ଲାସଦର ମହକୁମା ବସଷ୍ଟାଣ୍ଡ ଠାରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଥାନା ଅଧିକାରୀ ରାମପ୍ରସାଦ ନାଗ, ଜିଲ୍ଲାଆଚଂଳିକ ପରିବହନ ଅଧିକାରୀ ପ୍ରମୁଖ କରୋନା ସଂପର୍କରେ ସମସ୍ତ ବସ କର୍ମଚାରୀ ଓ ଯାତ୍ରୀ ମାନଙ୍କ ମଧ୍ୟରେ ଜନସଚେତନତା ବାର୍ତାଦେଇ ରାଜ୍ୟବାହରକୁ କେଉଁ ଯାତ୍ରୀ ଯାତ୍ରା କରୁଛନ୍ତି ଓ ବାହାର ରାଜ୍ୟରୁ କେଉଁ ଯାତ୍ରୀ ମାଲକାନଗିରି କୁ ଆସୁଛନ୍ତି ସେ ସଂପର୍କରେ ଆନ୍ତରାଜ୍ୟ ବସ ଗୁଡିକୁ ଯାଚଂ କରୁଥିବା ବେଳେ ହାଇଦ୍ରାବାଦ କୁ ଚଳାଚଳାକରୁଥିବା ଦୁଇଟି ଘରୋଇ ବସ ର ପରମିଟ ନଥିବାର ଜଣାପଡିଥିଲା । ନବରଙ୍ଗପୁର,ଉମରକୋଟ ରୁ ଭାୟା ମାଲକାନଗିରି ହୋଇ ହାଇଦ୍ରାବାଦକୁ ଚଳାଚଳକରୁଥିବା ସଂଗୀତା ଘରୋଇ ବସ ର ପରମିଟ ନଥିବାରୁ ୨୫ହଜାର ଟଙ୍କା ଓ ଗୀତା ଘରୋଇବସ ଠାରୁ ୧୦ହଜାର ଟଙ୍କା ଜରିମାନା ଆଚଂଳିକ ପରିବହନ ଅଧିକାରୀ ଆଦାୟକରି ବସ ଦୁଇଟିକୁ ଜବତ କରିଥିଲେ । ଦୁଇଟି ବସରେ ହାଇଦ୍ରାବାଦକୁ ଯିବାପାଇଁ ଅନେକ ଯାତ୍ରୀ ଥିବାରୁ ଯାତ୍ରୀ ମାନଙ୍କ ଅନୁରୋଧ କ୍ରମେ ସେହି ଦୁଇଟି ବସକୁ ବ୍ୟକ୍ତିଗତ ଚୁକ୍ତିନାମାରେ ଗତକାଲି ରାତ୍ରରେ ହାଇଦ୍ରାବାଦକୁ ଯାତ୍ରାପାଇଁ ଛଡାଯାଇଥିଲା । ଆଜି ସେହି ଦୁଇଟି ବସ ଚଳାଚଳ ବନ୍ଦରହିଥିବାର ଜଣାପଡିଛି । ଆନ୍ତରାଜ୍ୟ ବସଚଳା ଚଳଉପରେ ଜିଲ୍ଲାପ୍ରଶାସନ କଟକଣା ଲଗାଇ ନିହାତି ଜରୁରୀ ନଥିଲେ ବାହର ରାଜ୍ୟକୁ ଯାଆନ୍ତୁ ନାହିଁ, ବସରେ ଯାତ୍ରାକରୁଥିବା ସମୟରେ ବସ ଚାଳକ, କଣ୍ଡକ୍ଟର,ହେଲପର ସହିତ ସମସ୍ତ ଯାତ୍ରୀ ମାସ୍କ ପିନ୍ଧି ଦୂରତା ରକ୍ଷାକରନ୍ତୁ,ବାହର ଲୋକଙ୍କ ସଂସ୍ପର୍ଷରୁ ଦୂରେଇ ରୁହନ୍ତୁ ବୋଲି ପ୍ରଶାସନିକ ଅଧିକାରୀ ମାନେ ବସ ଯାତ୍ରୀମାନଙ୍କୁ ପରାମର୍ଶ ଦେଇ ଜନସଚେତନତା ର ବାର୍ତା ଦେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.