Home ଓଡ଼ିଶା ଶନିମେଳାର ଭୋଗଖାଇ ୧୫୦ରୁ ଉର୍ଦ୍ଧ୍ୱଲୋକ ଅସୁସ୍ଥ

ଶନିମେଳାର ଭୋଗଖାଇ ୧୫୦ରୁ ଉର୍ଦ୍ଧ୍ୱଲୋକ ଅସୁସ୍ଥ

404

ମାଲକାନଗିରି, ୬ା୬(ଓଡିଆ ପୁଅ ) ମାଲାକନଗିରି ଥାନାସ୍ଥ ଏମଭି୨୫ ଗ୍ରାମରେ ଶନିମେଳାର ଭୋଗଖାଇ ପ୍ରାୟ ୧୫୦ରୁ ଉର୍ଦ୍ଦ ଲୋକ ଅସୁସ୍ଥ ହୋଇପଡି ଆଜି ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସିତ ହେବାକୁ ଆସିଥିଲେ। ସୂଚନା ଯୋଗ୍ୟ ଯେ ଏମଭି୨୫ଗ୍ରାମରେ ଗତ ଶନିବାର ଦିନ ଶନିମେଳା ହୋଇଥିଲା। ସେହି ମେଳାର ଭୋଗରେ ଗୋଟିଏ ଗାଈର ଖିରପଡିଥିଲା। ସେହି ଗାଈଟିକୁ ଗତ କିଛି ଦିନତଳେ ପାଗଳ କୁକୁର କାମୁଡି ଦେଇଥିଲା। ଗତକାଲି ସନ୍ଧ୍ୟାରେ ସେହି ଗାଈଟିର ମୃତ୍ୟୁହେବାରୁ ମେଳାରେ ଭୋଗଖାଇଥିବା ଗାଁ ଲୋକେ ଛାନିଆ ହୋଇପଡି ଝାଡାବାନ୍ତି ହେବାସହିତ ପ୍ରାୟ୧୫୦ଲୋକ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚିକିତ୍ସା କରି ୧୨ଜଣଙ୍କୁ କୁକୁର କାମୁଡା ଇଜେଂକସନ ଦେଇ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା କରି ବିଦା କରିଦେଇଛନ୍ତି। ଏ ସଂପର୍କରେ ହସପିଟାଲ ସୁପରିଟେଣ୍ଡେଣ୍ଟ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନିଲ କୁମାର ମିଶ୍ର କହିଛନ୍ତି, ଗତକିଛି ଦିନତଳେ ମୃତ ଗାଈଟିକୁ କୁକୁର କାମୁଡିଥିଲା। ସେହି ଗାଈର ମାଲିକ ଓ ତାର ଖିର ଖାଇଥିବା ବ୍ୟକ୍ତି ମାନଙ୍କୁ କେବଳ ଭେକସିନ ଦିଆଯାଇଛି। ଭୋଗ ଖାଇଥିବା ଲୋକେ ଛାନିଆ ହୋଇପଡିଥିବାରୁ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଇଛି, ସେମାନଙ୍କୁ ଭେକସିନ ଦେବା କିଛି ଆବଶ୍ୟକ ନାହିଁ, ସମସ୍ତେ ଏବେ ସୁସ୍ଥ ହୋଇ ନିଜ ଘରକୁ ଫେରି ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.