Home ଜିଲ୍ଲା ପରିକ୍ରମା ଶନିମନ୍ଦିରରେ ଦୀପଦାନ କରି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିତ

ଶନିମନ୍ଦିରରେ ଦୀପଦାନ କରି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିତ

37

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସଂଲଗ୍ନ ଶନି ମନ୍ଦିରରେ ରବିବାର ସକାଳେ ଦୀପ ଦାନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିନ ପାଳନ କରାଯାଇଛି। ଦଳୀୟ ନେତା ପ୍ରଣିତକାନ୍ତି ସାମଲଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଦକ୍ଷିଣବାଡ ସରପଞ୍ଚ ବର୍ଷାରାଣୀ ଜେନା, ସମିତି ସଭ୍ୟ ବାବୁ ଚରଣ ଦାସ, ହେମନ୍ତ ଜେନା, ଅଶୋକ ବାରିକ, ଦେବେନ୍ଦ୍ର ଦାଶ, ନାଗେଶ୍ୱର ବେହେରା, ସୁଶାନ୍ତ ମଳିକ, ରାଜେଶ ବାରିକ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଓ ପିଲାମାନେ ଶନି ମନ୍ଦିରରେ ପୂଜାର୍ଚ୍ଚନା କରି ମୁଖ୍ୟମନ୍ତ୍ରୀଙ୍କ ନିରାମୟ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଥିଲେ। ସେହିପରି ବ୍ଲକର ମଞ୍ଜୁରୀରୋଡ, ବାରିକପୁର ଆଦି ସ୍ଥାନମାନଙ୍କରେ ଏହି ଉପଲକ୍ଷେ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.