Home ଜିଲ୍ଲା ପରିକ୍ରମା ଭଦ୍ରକ ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ତ୍ରୟବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଭଦ୍ରକ ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ତ୍ରୟବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

37

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ତ୍ରୟବାର୍ଷିକ ସାଧାରଣ ସଭା ଭଦ୍ରକ ସହିଦ୍ ସ୍ମୃତି ଭବନ (ଟାଉନ ହଲ୍‌) ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟକ ଭାବେ ଯୋଗଦାନ କରିଥିଲେ। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ସଂଜୀବ ମଲ୍ଲିକ, ବିଧାୟକ, ଭଦ୍ରକ ଓ ସମ୍ମାନିତ ଅତିଥି ଭାବେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦାନ କରି ଔଷଧ ବ୍ୟବସାୟୀ ମାନଙ୍କର ଦୈନନ୍ଦିନ ବ୍ୟବସାୟୀରେ ସେମାନେ ଭୋଗୁଥିବା ବହୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ନିମନ୍ତେ ସମ୍ମତି ପ୍ରକାଶ କରିଥିଲେ। ଉକ୍ତ ସଭାରେ ରାଜ୍ୟ ସଂଘ ୟୁସିଡିଏର ସଭାପତି ପି. ସତ୍ୟନାରାୟଣ ଓ ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ର ଯୋଗଦେଇ ଔଷଧ ବ୍ୟବସାୟର ବର୍ତମାନ ସ୍ଥିତି ତଥା ଭବିଷ୍ୟତରେ ଔଷଧ ବ୍ୟବସାୟୀମାନେ ସମ୍ମୁଖୀନ ହେବାକୁ ଯାଉଥିବା ପ୍ରମୁଖ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ଉକ୍ତ ସଭାରେ ଓଡିଶାର ଖୋର୍ଦ୍ଧା, କଟକ, ପୁରୀ, ଅନୂଗୁଳ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାର ସଭାପତି, ସଂପାଦକ ଓ ବରିଷ୍ଠସଭ୍ୟମାନେ ଯୋଗଦାନ କରି ସଭାକୁ ସମ୍ଭୋଧନ କରିଥିଲେ। ଆଜିର ସଭାରେ ଆଗାମୀ ତିନି ବର୍ଷ ନିମନ୍ତେ ଭଦ୍ରକ ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ବାଉଲି ଚରଣ ବାରିକ, ସଭାପତି, ଦୀପକ କୁମାର ଆଚାର୍ଯ୍ୟ, ସଂପାଦକ, ଆଶିଷ ଅମିତାଭ ମହାପାତ. କୋଷାଧ୍ୟକ୍ଷ ଓ ଧିରେନ୍ଦ୍ର କୁମାର ସାହୁ ସଂଗଠନ ସଂପାଦକ ରୂପେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ବିଶୃଙ୍ଖୁଳିତ ଆଚରଣ ତଥା ସଂଘ ବିରୋଧି କାର୍ଯ୍ୟକଳାପ ପାଇଁ ରଂଜନ କୁମାର ସ୍ୱାଇଁଙ୍କୁ ଭଦ୍ରକ ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସଦସ୍ୟ ପଦରୁ ବହିଷ୍କାର କରାଗଲା। ଆଜିର ସଭାରେ ରଂଜନ କୁମାର ସ୍ୱାଇଁଙ୍କୁ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ଆଜୀବନ ସଦସ୍ୟତାରୁ ବହିଷ୍କାର କରିବା ନିମନ୍ତେ ଭଦ୍ରକ ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ରିଜୋଲୋସନ କରାଗଲା ଓ ତାହା ସର୍ବସମ୍ମତି କ୍ରମେ ସଭାର ଅନୁମୋଦନ ଲାଭ କଲା। ଉକ୍ତ ସଭାଟିକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ଭଦ୍ରକ ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସଭ୍ୟ ଯଥା ଦେବେନ୍ଦ୍ର ବେହେରା, ପ୍ରଦୀପ ସିହ୍ନା, ରତନ ବେହେରା, ଶୁଭ୍ରାଂଶୁ ଭୂଷଣ ଦାସ, ପ୍ରିୟବ୍ରତ ପାଣିଗ୍ରାହୀ, ସୁବ୍ରତ ଦୀକ୍ଷିତ, ସନ୍ତୋଷ ନାୟକ, ଅଜୟ ପଣ୍ଡା, ରବିନାରାୟଣ ନାୟକ, ସତ୍ୟଭୂଷଣ ପଲେଇ, ସମରେନ୍ଦୁ ପଣ୍ଡା, କୁଲୁ ପଲେଇ ପ୍ରମୁଖ ସହଯୋଗ କରିଥିଲେ। ସର୍ବଶେଷରେ ଧୀରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.