Home ଜିଲ୍ଲା ପରିକ୍ରମା ଶତାୟୁ ମହିଳାଙ୍କ ପରଲୋକ

ଶତାୟୁ ମହିଳାଙ୍କ ପରଲୋକ

298

ଯାଜପୁର; ୨୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): କୋରାଇ ଥାନା ଅନ୍ତର୍ଗତ ବନ୍ଦାଳୋ ପଂଚାୟତର ଦୁଲାଖାପାଟଣା ଗ୍ରାମର ଶତାୟୁ ମହିଳା ମିନତୀ ପାଗଳଙ୍କ ମୃତ୍ୟୁ ଘଟିଛି । ୧୯୧୯ ମସିହାରେ ଜନ୍ମ ଗ୍ରହଣ କରିଥିବା ମିନତୀଙ୍କ ମୃତ୍ୟୁରେ ଶୋକର ଚାୟା ଖେଳିଯାଇଛି । ଖବର ପାଇ ସ୍ତାନୀୟ ସରପଂଚ ସୁରେଖା ସେଠୀଙ୍କ ସମେତ ବହୁ ରାଜନେତା, ବୁଦ୍ଧିଜିବୀ, ଗ୍ରାମବାସୀ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ମୃତ ଶରୀର ନିକଟରେ ପରିବାରର ସଦସ୍ୟ, ଝିଅ, ଜ୍ୱାଇଁ, ଆତ୍ମୟ ସ୍ୱଜନ, ବନ୍ଧୁବାନ୍ଧବ ଉପସ୍ଥିତ ଥିବା ବେଳେ ଏକ ଶୋଭାଯାତ୍ରାରେ ନିଆଯାଇ ଶୋକକୂଳ ପରିବେଶରେ ଘଁ ଶସ୍ମାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ବଡ ପୁଅ କେଶବ ମୁଖାଗ୍ନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.