Home ଅପରାଧ ଧରାପଡିଲା ଡକାୟତି ଯୋଜନାର ମୁଖ୍ୟ ଅଭିଯୁକ୍ତ

ଧରାପଡିଲା ଡକାୟତି ଯୋଜନାର ମୁଖ୍ୟ ଅଭିଯୁକ୍ତ

338

ଯାଜପୁର୨୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): ଗତ ଅକ୍ଟୋବର ୩ ତାରିଖ ପାଣିକୋଇଲି ପୁଲିସ ୪ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହାର ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଧାମନଗରର ରାଜୁ ଦାସ ଖସିଯିବାରେ ସକ୍ଷମ ହୋଇଥିଲା । ହେଲେ ଅନ୍ୟ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ଖେଳନା ବନ୍ଧୁକ, ୨ଟି ଆଇରନ ରଡ, ଦୁଇ ବାଇକ, ମଦ ବୋତଲ ଜବତ କରାଯାଇଥିଲା । ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ପୁଲିସ ମୁଖ୍ୟ ଅଭିଯୁକ୍ତ ଶୁକୁଟି ଦାସଙ୍କ ପୁଅ ରାଜୁ ଦାସ(୨୭)କୁ ତାର ବାସସ୍ଥାନ ଧାମନଗର ରୁ ଗିରଫ କରିବା ପରେ ମାମଲା ୧୯୨/୧୯ ଦଫା ୧୯୨, ୪୦୨ରେ କୋର୍ଟ ଚାଲାଣ କରିଛି । ପ୍ରକାଶଯେ ୫ ଜଣ ଯୁବକ ଦୁଇଟି ବାଇକ ପଲସର (ଓଡି୩୪ଏ ୨୪୨୬) ଓ ଆପାଚି (ଓଡି୨୨ଏନ ୫୨୬୩)ରେ ଆସି ଡକାୟତି ଯୋଜନା କରୁଥିବା ଖବର ପାଇ ଥାନାଧିକାରୀ ଅଜୟ କୁମାର ଜେନା ସଦଳବଳେ ଚଢାଉ କରି ବୈତରଣୀ ନଦୀ ପଠାରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ହେଲେ ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଧାମନଗର ରାଜୁ ଦାସ ଖସିଯିବାରେ ସକ୍ଷମ ହୋଇଥିଲା । ତଦନ୍ତ ସମୟରେ ଏହି ଡକାୟତ ମାନଙ୍କର ଓଡିଶ।। ସମେତ ଝାଡଖଣ୍ଡ, ଆନ୍ଦ୍ର, ମହାରାଷ୍ଟ୍ର ଆଦି ଜିଲ୍ଲାର ବିଭିନ୍ନ ସୁନା ସ୍କାଚିଙ୍ଗ ମାମଲାରେ ସମ୍ପୃକ୍ତି ଥିବା ପୁଲିସ ସୂତ୍ରରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.