Home ଜିଲ୍ଲା ପରିକ୍ରମା ଆଞ୍ଚଳିକ ସାଧନ କେନ୍ଦ୍ରରେ ସୁରଭି କାର୍ଯ୍ୟକ୍ରମ

ଆଞ୍ଚଳିକ ସାଧନ କେନ୍ଦ୍ରରେ ସୁରଭି କାର୍ଯ୍ୟକ୍ରମ

100

ଯାଜପୁର୨୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): ପାଣିକୋଇଲି ଆଂଚଳିକ ସାଧନ କେନ୍ଦ୍ରରେ ସୁରଭି ୨୦୧୯ କାର୍ଯ୍ୟକ୍ରମ ପାଣିକୋଇଲି ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧନ କେନ୍ଦ୍ର ଅଧିନସ୍‌ଥ ୧୮ଟି ସ୍କୁଲର (ପ୍ରତି ଶ୍ରେଣୀ ପ୍ରତି ୧ଜଣ ଲେଖାଁଏ) ଛାତ୍ର/ଛାତ୍ରୀ (୪ର୍ଥରୁ ସପ୍ତମ କନିଷ୍ଠ ବିଭାଗ ଓ ଅଷ୍ଟମର ଶ୍ରେଣୀରୁ ୧୦ଶ୍ରେଣୀ ବରିଷ୍ଠ ବିଭାଗ)ରେ ଯୋଗଦେଇ ବିର୍ତକ, ଛିର୍ତଙ୍କନ , କ୍ୱିଜ୍‌, ସୃଜନଶୀଳ ଲେଖନ, ଶୃତି ଲଖନ ଓ ହସ୍ତାକ୍ଷର, ମଧ୍ୟାନ୍ନ ଭୋଜନ ଚିତ୍ରକଳା, ଲଘୁ ସଂଗୀତ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ପ୍ରତିଯୋଗୀତାକୁ କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ/ଶିକ୍ଷୟତ୍ରୀ ମାନେ ତର୍ଜ୍ଜମା କରି ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ନେଇଥିବା କୃତୀ ମାନଙ୍କୁ ଚିହ୍ନଟ କରିଥିଲେ । ଶେଷରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ ବଟକୃଷ୍ଣ ରାୟ ସମ୍ମାନୀତ ଅତିଥିଭାବେ ପରିଚାଳନା କିମଟିର ସଭାପତି ମୁସ୍ତାକ ଅଲ୍ଲୀ ଖାଁ ଯୋଗଦେଇଥିବା ବେଳେ ସିଆରସିସି ଅଖିଳ ମୋହନ ମହାନ୍ତି ଓ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ମହାରଣା ସଭା ପରିଚାଳନା କରିଥିଲେ । ଶିକ୍ଷକ ଦିଲ୍ଲୀପ କୁମାର ନାୟକ, ଅର୍ପିତା ଦାସ ଓ ବିରେନ୍ଦ୍ର ସିମୋନିକି ପ୍ରତିଯୋଗତା ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ । ପରିଚଳନା କିମଟିର ସଭ୍ୟ/ସଭ୍ୟା, ବିଦ୍ୟାଳୟର କର୍ମଚାରୀ କାର୍ଯ୍ୟ୍ରକମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.