Home ଓଡ଼ିଶା ଶତାଧିକ ଘୁଷୁରୀ ମୃତ୍ୟୁକୁ ନେଇ ସନ୍ଦେହ, ପ୍ରଶାସନ ପକ୍ଷରୁ ତଦନ୍ତ

ଶତାଧିକ ଘୁଷୁରୀ ମୃତ୍ୟୁକୁ ନେଇ ସନ୍ଦେହ, ପ୍ରଶାସନ ପକ୍ଷରୁ ତଦନ୍ତ

36

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ଅଂଚଳର ବେଦପୁର, ସୁଜାଣସିଂହପୁର ଅଂଚଳରେ ଆଜି ୧୦୦ରୁ ଉର୍ଦ୍ଧ୍ୱ ଘୁଷୁରୀ ମରିପଡ଼ିଥିବାର ଦେଖିବାକୁ ମିଳିଛି। ସୂଚନା ଥାଉକି ଗତକାଲି ସନ୍ଧ୍ୟାବେଳେ ଏହି ଅଂଚଳରେ ଘୁଷୁରୀ ମାଲିକ ଅସ୍ଥାୟୀ ପାଲପକାଇ ରହି କିଛିଦିନହେବ ଘୁଷୁରୀ ଚରାଉଥିବାବେଳେ ସେଠାରେ ଗତକାଲି ରାତିରେ କିଛି ଘୁଷୁରୀ ମରିପଡ଼ିଥିବା ଦେଖିବାକୁ ମିଳିଥିବାବେଳେ ଆଜି ସକାଳେ ବିଭିନ୍ନ ସ୍ଥାନରେ ଚରୁଥିବା ଅବସ୍ଥରେ ମରି ପଡ଼ିଥିବାର ଦେଖିବାକୁ ମିଳିଥିଲା। ତେବେ ଘଟଣାସ୍ଥଳରୁ ଘୁଷୁରୀ ମାଲିକ କେଉଁ କାରଣରୁ ଫେରାର ହୋଇଯାଇଥିଲା। ଖବରପାଇ ଧାମନଗର ବ୍ଲକ ପ୍ରାଣୀଚିକିତ୍ସା ଅଧିକାରିଣୀ ଝାନ୍ସିରାଣୀ ତପୋସୀ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ଘୁଷୁରୀମାଲିକ କିଏ ତାହା ଜାଣିପାରିନଥିଲେ ତେବେ କେଉଁ କାରଣରୁ ଘୁଷୁରୀ ମଲା ସେ ଦିଗରେ ନମୁନା ସଂଗ୍ରହ କରାଯାଇ ରିପୋର୍ଟ ପ୍ରଦାନ କରାଯିବବୋଲି ଚିକିତ୍ସା ଅଧିକାରିଣୀ ଝାନ୍ସିରାଣୀ ପ୍ରକାଶ କରିଥିଲେ। ତେବେ ସ୍ଥାନୀୟ ଖଡ଼ିପଦା, କରଦା ଓ ସୋହଡ଼ା ସରପଂଚଙ୍କ ସହାୟତାରେ ଘୁଷୁରୀ ଗୁଡ଼ିକୁ ପୋତିବାର ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.