Home ଜିଲ୍ଲା ପରିକ୍ରମା ଗଣେଶ ପୂଜା ଭଷାଣିକୁ ନେଇ ତେଜୁଛି ଅସନ୍ତୋଷ

ଗଣେଶ ପୂଜା ଭଷାଣିକୁ ନେଇ ତେଜୁଛି ଅସନ୍ତୋଷ

44

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳରେ ଗଣେଶପୂଜା ଭଷାଣି ପାଇଁ ପ୍ରସିଦ୍ଧ। ଏନେଇ ଜିଲ୍ଳା ତଥା ଜିଲ୍ଳା ବାହାରୁ ପ୍ରସିଦ୍ଧ ଘୋଡ଼ାନାଚ, ତେଲିଙ୍ଗବାଜା, ପଞ୍ଜାବିବାଜା, ଷଣ୍ଢଲଢେଇ ମାଧ୍ୟମରେ ବିଭିନ୍ନ ସାହିରୁ ଗଣେଶ ଭଷାଣି ବେସ୍ ଚିତାକର୍ଷ ଭାବରେ କରାଯାଇଥାଏ। ତେବେ ୨୦୧୧ ମସିହାରେ ଏହି ଗଣେଶ ଭଷାଣିକୁ ନେଇ ଦୁଇ ସମ୍ପ୍ରଦାୟ ମ୍ମରେ ଗଣ୍ଡୋଗୋଳ ସାଂଗକୁ ୧୪୪ଧାରା ଜାରି ପରେ ପୋଲିସର ମୁଣ୍ଡବ୍ୟଥାର କାରଣ ହୋଇଥିଲା। ସେବେ ଠାରୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଧାମନଗରରେ ଗଣେଶ ଭଷାଣିବେଳେ ବିଭିନ୍ନ ନିୟମ ଲାଗୁକରାଯାଇ ବ୍ୟାପକପୋଲିସ ଫୋର୍ସ ମଧ୍ୟରେ ଗଣେଶ ଭଷାଣି କରାଯାଇଥାଏ। ତେବେ ଗତ ୨ବର୍ଷ କରୋନା କଟକଣା ପାଇଁ ଗଣେଶ ଭଷାଣି ସେପରି ଆଡ଼ମ୍ବରରେ ହେଉନଥିବାବେଳେ ଚଳିତବର୍ଷ ପୂର୍ବପରି ମହାଆଡ଼ମ୍ବରରେ ଏହି ଗଣେଶ ଭଷାଣି ଅନୁଷ୍ଠିତ ହେଉଛି। ତେବେ ରବିବାର ଦିନ ଧାମନଗର ବିଜ୍ଞାପିତ ଅଂଚଳର ୮ନମ୍ବର ୱାର୍ଡ଼ର ଶ୍ୟାମପୁର ଗ୍ରାମର ବାବା ବୁଢାଗଣେଶ ଭଷାଣି ଉତ୍ସବ ଚାଲିଥିବାବେଳେ ଏହି ସମୟରେ ଜୟ ଶ୍ରୀରାମ ଗୀତ ବାଜିବା ବେଳେ ହଠାତ୍ ପୋଲିସ ପ୍ରଶାସନ ସାନବଜାର ଠାରେ ମାଇକ୍ ଅପରେଟରକୁ ମାଡ଼ ମାରିବା ସହ ମାଇକ୍ ବନ୍ଦକରିଦେଇଥିଲେ। ଏନେଇ କିଛିସମୟ ପାଇଁ ପୋଲିସ ଓ ସ୍ଥାନୀୟ ଯୁବକଙ୍କ ସହ କଥା କଟାକଟି ହୋଇଥିଲା। ତେବେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ହିନ୍ଦୁ ସୁରକ୍ଷା ମଂଚର ଆବାହକ କୃଷ୍ଣବଲ୍ଲଭ ମହାପାତ୍ରଙ୍କ ଆବାହକତ୍ୱରେ ସୋମବାର ଅପରାହ୍ନରେ ବ୍ଲକରୋଡ଼ ମୁଲଣାସାହି ଛକନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପ୍ରଶାସନ ଜାଣିସୁଣୀ ଏକ ନିର୍ଦ୍ଦିଷ୍ଠ ସମ୍ପ୍ରଦାୟକୁ ସୁରକ୍ଷାପ୍ରଦାନ କରୁଛି।

ବିଭିନ୍ନ ସମୟରେ ସେମାନଙ୍କୁ ସୁରକ୍ଷା ଦେଇଥିବାବେଳେ ହିନ୍ଦୁ ସମାଜକୁ ଅଣଦେଖା କରୁଛିବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଥିଲେ। ଶାନ୍ତିକମିଟି ନିଷ୍ପତି ଅନୁଯାୟୀ ମହରମ ପର୍ବବେଳେ ରାସ୍ତାର ୨ପାଶ୍ୱର୍ରେ ଉଠାଦୋକାନୀ ଓ ଯାନବାହନ ଫାଙ୍କା ରଖିବାପାଇଁ ପ୍ରଶାସନ ଡ଼ାକବାଜିଯନ୍ତ୍ର ଦ୍ୱାରା ପ୍ରଚାର କରିଥିଲେ। ତାହାକୁ ମ୍ମ ଲୋକମାନେ ପାଳନ କରିଥିଲେ। ଅପରପକ୍ଷେ ଗଣେଶପୂଜା ଭଷାଣିବେଳେ ମଧ୍ୟ ଭଷାଣିଶୋଭାଯାତ୍ରା ବେଳେ ରାସ୍ତାର ୨ପାଶ୍ୱର୍ରେ ଫାଙ୍କା କରିବାପାଇଁ ପ୍ରଶାସନ କାହିଁକି ଘୋଷଣା କଲାନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଉଭୟ ସମ୍ପ୍ରଦାୟର ବିଭିନ୍ନ ପର୍ବପର୍ବାଣୀରେ ଶୋଭାଯାତ୍ରାବେଳେ କେଉଁକେଉଁ ଗୀତ ବାଜିବ ଓ କେତେ ସାଉଣ୍ଡରେ ମାଇକ୍ ବାଜିବ ସେଦିଗରେ ପ୍ରଶାସନ ସ୍ପଷ୍ଟକରୁବୋଲି ସେମାନେ ଦାବି କରିଥିଲେ। ନଚେତ୍ ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣକରାଯିବବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ରାଧାବଲ୍ଲଭପୁର ପଂଚାୟତର ସରପଂଚ ପ୍ରିତମ ଦାସ, ଧାମନଗର ସେବାସମବାୟ ସମିତିର ସଭାପତି ଗୌତମ ମହାନ୍ତି, ନାରାୟଣ ତ୍ରିପାଠୀ, ସୁଜିତ୍ ମହାନ୍ତି, ଭାବଗ୍ରାହୀ ତ୍ରିପାଠୀ, ସୁଶାନ୍ତ ରାଉତ, ନିରଂଜନ ମଲ୍ଳିକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଭଷାଣିବେଳେ ସେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟିହୋଇନାହିଁ ଶାନ୍ତିଶୃଙ୍ଖଳା ସହିତ ଭଷାଣି ଉତ୍ସବ କରାଯାଇଛି ଏବଂ ସମସ୍ତଙ୍କ ସହଯୋଗରେ ଅନ୍ୟମେଢକୁ ମଧ୍ୟ ଶାନ୍ତିଶୃଙ୍ଖଳା ସହିତ ଭଷାଣି ଉତ୍ସବରେ ସହଯୋଗ କରିବାପାଇଁ ପୋଲିସ ଏସ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର ସାମ୍ବାଦିକ ମାନଙ୍କୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.