Home କେନ୍ଦୁଝର ଶଙ୍ଖଣା ଗ୍ରାମରେ ଅଗ୍ନିକାଣ୍ଡ, ୩ବଖରା ଘର ଭଷ୍ମୀଭୁତ

ଶଙ୍ଖଣା ଗ୍ରାମରେ ଅଗ୍ନିକାଣ୍ଡ, ୩ବଖରା ଘର ଭଷ୍ମୀଭୁତ

31

ହାଟଡିହି-୧୧ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତ ଶଙ୍ଖଣା ଗ୍ରାମରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ଜଣେ ଆଦିବାସୀ ପରିବାରର ୩ବଖରା ଘର ସମ୍ପୁର୍ଣ୍ଣ ଭଷ୍ମୀଭୁତ ହୋଇଯାିଛି । ଏପରିକି ଘରୁ କୋଟିଏ ବି କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନଥିବାରୁ କେବଳ ପିନ୍ଧା ବସ୍ତ୍ର ବ୍ୟତିତ ସେମାନଙ୍କ ପାଖରେ ଆଉ କିଛି ନାହିଁ । ଖବବରୁ ଜଣାଯାଇଛି ଯେ ଗ୍ରାମର କନ୍ଦା ହୋ ଏବଂ ସୁଭଦ୍ରା ହୋଇ ନିଜ ପରିବାର ସହିତ ଏକ ଚାଳଘରେ ବସବାସ କରି ଆସୁଥିଲେ । କନ୍ଦା ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବାବେଳେ ଘରେ ପତ୍ନୀ ସୁଭଦ୍ରା ଓ ତାଙ୍କ ତିନୋଟି ଛୁଆଙ୍କୁ ନେଇ ରହୁଥିଲେ । ଆଜି ମଧ୍ୟାହ୍ନରେ କୁଶଟିକିରି ଗ୍ରାମରେ ହେଉଥିବା ଖେଳ ଦେଖିବାକୁ ସମସ୍ତେ ଘରେ ତାଲାପକାଇ ଯାଇଥିବାବେଳେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । କେହି ନଥିବାରୁ ଓ ଘରେ ଚାବି ପଡିଥିବାରୁ ଘର ଭିତରୁ କୌଣସି ସାମଗ୍ରୀ ଉଦ୍ଧର କରାଯାଇ ପାରିନଥିଲା । ଖବରପାଇ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ତାଙ୍କ ଘରେଥିବା ଧାନ, ଚାଉଳ, ବ୍ୟାଙ୍କ ପାସବୁକ, ଆଧାରକାର୍ଡ, ନଗଦ ଦୁଇ ହଜାର ଟଙ୍କା ସମେତ ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ପ୍ରଶାସନ ତୁରନ୍ତ ବିପନ୍ନ ପରିବାରକୁ ଆଥିକ ସହାୟତା ଯୋଗାଇଦେବା ସହ ବାସଗୃହ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.