Home ଜିଲ୍ଲା ପରିକ୍ରମା ଶଙ୍କର ଜାତୀୟ ଧାନଚାଷ କରି ଚାଷୀ ପୁରସ୍କୃତ

ଶଙ୍କର ଜାତୀୟ ଧାନଚାଷ କରି ଚାଷୀ ପୁରସ୍କୃତ

45

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶଙ୍କର ଜାତୀୟ ଧାନ ଚାଷ କରି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଏକଝାଟିଆ ଗ୍ରାମର ସଚ୍ଚିଦାନନ୍ଦ ମଲ୍ଲିକ୍‌,ଗଜେନ୍ଦ୍ର ଜେନା କାଦବରାଙ୍ଗ ପଂଚାୟତର ସନ୍ତୋଷ ମଲ୍ଲିକ ଓ ଭାଗୀରଥି ଜେନା ପୁରସ୍କୃତ ହୋଇଛନ୍ତି । ଉପରୋକ୍ତ ପୁରସ୍କୃତ ଚାଷୀ ମାନେ ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ସାଜିଛନ୍ତି । ବାୟୋର କଂପାନୀ ଆନୁକୁଲ୍ୟରେ ଆଯୋଜିତ କର୍ମଶାଳା ଅବସରରେ ଚାଷୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଚାଷୀ ଶରତ ପଲେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ସରପଂଚ କିଶୋର କିଙ୍ଗର ପଢିଆରୀ ,ବାୟୋର କଂପାନୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଆଚଂଳିକ ପରିଚାଳକ ପ୍ରଶାନ୍ତ ବିଶ୍ୱାଳ,ଭଦ୍ରକ ପରିଚାଳକ ମହେନ୍ଦ୍ର ସିଂହ,ଫିଲ୍ଫ ସୁପରଭାଇଜର ପ୍ରଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ କୈଳାସ ପରିଡ଼ା,ସୁରେଶ ଚନ୍ଦ୍ର ନାୟକ,ଅନାମ ଚରଣ ଜେନା,ଭରତ ଚନ୍ଦ୍ର ମଲିକ,ଦିଲ୍ଲିପ ପୁହାଣ,ହୃଷିକେଶ ମଲ୍ଲିକ ଓ ମୁରଲୀଧର ମଲ୍ଲିକ ପ୍ରମୁଖ ଆୟୋଜିତ କର୍ମଶାଳାରେ ସହଯୋଗ କରିଥିଲେ । ଚଳିତ ବର୍ଷ ପ୍ରାୟ ୨ଶହ ହେକ୍ଟର ଜମିରେ ଏହି ଜାତୀୟ ଧାନଚାଷ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.