Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଲୋକନାଟ୍ୟ ମୋଗଲ ତାମସାର କଳାକାର ସଂଘର ନିର୍ବାଚନ

ଭଦ୍ରକ ଜିଲ୍ଲା ଲୋକନାଟ୍ୟ ମୋଗଲ ତାମସାର କଳାକାର ସଂଘର ନିର୍ବାଚନ

35

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଲୋକନାଟ୍ୟ ମଗୋଲ ତାମସାର କଳାକାର କର୍ମକର୍ତ୍ତା ନିର୍ବାଚନ ସଂକେତ ସଭାଗୃହରେ ଗୁରୁ ବାଦଲ ସିକ୍‌ଦାରଙ୍କ ସଭାପତିତ୍ୱରେ ଭଦ୍ରକ ଜିଲ୍ଲାର ୪ଗୋଟି ମୋଗଲ ତାମସା ଦଳକୁ ନେଇ ନିର୍ବାଚନ ହୋଇଯାଇଛି । ଏଥିରେ ୧) ସଂକେତ ଭଦ୍ରକ, ୨) ବଂଶିବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ, ଗରଦପୁର, ୩) ବିମଳା ନାଟ୍ୟ ସଂସଦ, ରାନ୍ଦିଆ ୪) ଗିରିଧାରୀ ନାଟ୍ୟ ସଂସଦ, ପୁରୁଣାବଜାର କଳାକାର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବେ ଗୁରୁ ବାଦଲ ସିକ୍‌ଦାର, ଉପସଭାପତି ସଂଗୀତ ଗୁରୁ ସୁବାଷ ରାମ, ସଂପାଦକ ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, ସହସଂପାଦକ ସଂଗଠକ ବୃନ୍ଦାବନ ସାହୁ, କୋଷାଧ୍ୟକ୍ଷ କଳାକାର ଓ ସଂଗଠକ ପ୍ରଦ୍ୟୋତ୍ତନ ସୂଆର ନିର୍ବାଚିତ ହୋଇଛନ୍ତି ।

ନୂତନ କାର୍ଯ୍ୟକାରୀ ସଭ୍ୟଭାବେ କବି ବିଜୟ ବହଳୀ, ଆଇନଜୀବୀ ସରୋଜ ସିଂ, କଳାକାର ଜଗନ୍ନାଥ ମହାରାଜ, ବିଭୂତି ଭୂଷଣ ସାହୁ, ବରିଷ୍ଠ କଳାକାର ପ୍ରଫୁଲ୍ଲ କୁମାର ଦାସ, ନୃତ୍ୟଗୁରୁ ନାରାୟଣ ସାହୁ, କଳାକାର ଶେଷଦେବ ମହାରାଣା, ନୃତ୍ୟଗୁରୁ ଶୁଭେନ୍ଦୁ କୁମାର ଲେଙ୍କା ଓ ପରାମର୍ଶଦାତା ଭାବେ ବରିଷ୍ଠ ସଂଗଠକ ନରେନ୍ଦ୍ର ପ୍ରସାଦ ପରିଡ଼ା, ରବିନ୍ଦ୍ର କୁମାର ପାତ୍ର, ରବିନାରାୟଣ ସାହୁ ଓ ସୁଧିରୀ କୁମାର ମହାପାତ୍ର ପ୍ରମୁଖ ନୂତନ କାର୍ଯ୍ୟକାରୀ ସଭ୍ୟଭାବେ ମନୋନିତ ହୋଇଛନ୍ତି । ସଭାପତି ବାଦଲ ସିକ୍‌ଦାର ଆଗାମୀ କାର୍ଯ୍ୟକ୍ରମରେ ମୋଗଲ ତାମସାର ରଚୟିତା ସ୍ୱର୍ଗତ ବଂଶିବଲ୍ଲଭ ଗୋସ୍ୱାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ସଂପାଦକ ଗୌରାଙ୍ଗ ଚନ୍ଦ୍ର ବାରିକଙ୍କ ମତରେ ବିଭିନ୍ନତାର ଏକତା ହେଉଛି ଆମ ଭଦ୍ରକ ମୋଗଲ ତାମସା, ଏହାକୁ ବଜାୟ ରଖିବାକୁ କଳାକାର ମାନଙ୍କୁ ବାର୍ତ୍ତା ଦେଇଥିଲେ । ଉପସଭାପତି ସଂଗୀତ ଗୁରୁ ସୁବାସ ରାମ ସମସ୍ତ ଦଳର କଳାକାରମାନେ ନିଜନିଜ ଦଳରେ ରହି କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ଯେପରି ଭଦ୍ରକ ମୋଗଲ ତାମସା ଜାତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିବା ସହ ପ୍ରଚାର ଓ ପ୍ରସାର ହେଉ । ଉପଦେଷ୍ଟା ବରିଷ୍ଠ ସଂଗଠକ ନରେନ୍ଦ୍ର କୁମାର ପରିଡ଼ା ନିଜ ନିଜ ଭିତରେ ଥିବା ମତଭେଦକୁ ଭୁଲି ମୋଗଲ ତାମସାର ଉତ୍ତୋରୋତ୍ତ ର ଉନ୍ନତି କାମନା କରିବା ପାଇଁ ସୁଉପଦେଶ ଦେଇଥିଲେ । ବରିଷ୍ଠ କଳାକାର ଅମୀୟ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷର ସଭାପତି ସଭା ସାଙ୍ଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.