Home ଅନୁଗୁଳ ଲୋଡ଼ିଂ କୋଇଲା ଗାଡ଼ି ପିଛା ୫୦ଟଙ୍କା ଲେଖାଏଁ ଆଦାୟ ନିଷ୍ପତିକୁ ବିରୋଧ

ଲୋଡ଼ିଂ କୋଇଲା ଗାଡ଼ି ପିଛା ୫୦ଟଙ୍କା ଲେଖାଏଁ ଆଦାୟ ନିଷ୍ପତିକୁ ବିରୋଧ

100

ତାଳଚେର,୮/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେରସ୍ଥିତ ଏମ୍‌.ସି.ଏଲ.ର ବିଭିନ୍ନ କୋଇଲାଖଣି ଅଂଚଳରେ ଟ୍ରକ୍ ଯୋଗେ କୋଇଲା ପରିବହନ କରୁଥିବା ଲୋଡ଼ିଂ ଗାଡ଼ି ପିଛା ୫୦ଟଙ୍କା ଲେଖାଏଁ ଆଦାୟ ନିଷ୍ପତିକୁ ଟ୍ରକମାଲିକ ମାନେ ବିରୋଧ କରିଛନ୍ତି । ପ୍ରକାଶ ଥାଉକି, ପ୍ରତି କୋଇଲା ଲୋଡ଼ିଂ ଗାଡ଼ି ପିଛା ୫୦ଟଙ୍କା ଆଦାୟ କରାଯିବ, ଯାହାକି ମା ହିଙ୍ଗୁଳାଙ୍କ ନୂତନ ଭବ୍ୟ ନିର୍ମାଣାର୍ଥେ ଏବଂ ଖଣିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ଏକ ସ୍ଥାନୀୟ ବିଧାୟକ ଏବଂ ସାଂସଦ ପ୍ରସ୍ତାବ ଦେଇଥିବାର ଆଲୋଚନା ହେଉଛି । ତେବେ ଏହାକୁ ବିରୋଧ କରି କିଛି ଟ୍ରକ ମାଲିକ ଆଜି ତାଳଚେର ଉପଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । ବର୍ତମାନ କରୋନା କାଳରେ କୋଇଲା ବ୍ୟବସାୟ କାର୍ଯ୍ୟ ଠିକ୍ ଭାବେ ଚାଲୁ ନଥିବା ଯୋଗୁଁ ଗାଡ଼ି ମାଲିକମାନେ କ୍ଷତି ସହୁଛନ୍ତି । ଏଭଳି ସ୍ଥଳେ ପ୍ରତି କୋଇଲା ଗାଡ଼ି ପିଛା ୫୦ ଟଙ୍କା ଦେବାକୁ ସେମାନେ ଅସମର୍ଥ ବୋଲି ପ୍ରକାଶ କରିଛନ୍ତି । ତେବେ ହିଙ୍ଗୁଳା ମନ୍ଦିର ନିର୍ମାଣ ନିମନ୍ତେ ସେମାନେ ବ୍ୟକ୍ତିଗତ ଭାବେ ୧ହଜାର ଟଙ୍କା ଦେବା ନିମନ୍ତେ ସମ୍ମତି ଜଣାଇଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜ କିଶୋର ସାହୁ,ଯୁବ କଂଗ୍ରେସ ନେତା ତଥା ଗାଡ଼ି ମାଲିକ ଜିନେସ ସାହୁ, ସମାଜସେବୀ ଯତିନ ମହାନ୍ତି,ଗଣପତି ସାହୁ ପ୍ରମୁଖ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିବାସହ ଗାଡ଼ି ଲୋଡ଼ି୫୦ ଟଙ୍କା ଲେଖାଏଁ ନିଷ୍ପତିକୁ ବନ୍ଦ କରାଯାଉ ବୋଲି ନିବେଦନ କରିଥିଲେ । ନଚେତ ଆଗାମୀ ଦିନରେ ଗାଡ଼ି ମାଲିକମାନେ ଆଇନର ଆଶ୍ରୟ ନେବେ ତଥା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.