Home ଓଡ଼ିଶା ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟ ସମୀକ୍ଷା

ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟ ସମୀକ୍ଷା

93

ଭୁବନେଶ୍ୱର ୮-୯ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ରେଂଜ ଆଇ-ଜି, ଡି-ଆଇ-ଜି ଓ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ।

ଆଜି ଅପରାହ୍ନରେ ଭିଡିଓ କନ୍‌ଫେରେନ୍ସିଂର ଦ୍ୱିତୀୟ ପର୍ଯ୍ୟାୟରେ ଆରକ୍ଷୀ ମହାନିର୍ଦ୍ଦେଶକ କମିଶନର ପୋଲିସ ଭୁବନେଶ୍ୱର-କଟକ ଓ କମିଶନରେଟ ପୋଲିସର ଡି-ସି-ପି ଦ୍ୱୟଙ୍କ ସହ ସେହି ସମାନ ପ୍ରସଙ୍ଗ ଗୁଡିକର ସମୀକ୍ଷା କରିଥିଲେ।

ସମୀକ୍ଷା କରାଯାଇଥିବା ପ୍ରସଙ୍ଗ ଗୁଡିକ ନିମ୍ନରେ ଦର୍ଶାଯାଇଅଛି।

(୧) ରାଜ୍ୟରେ କରୋନା ସ୍ଥିତି ଏବଂ କୋଭିଡ୍ ଅଧିନିୟମ ଅନୁପାଳନ ପ୍ରସଙ୍ଗ।

(୨) ପୋଲିସ କର୍ମଚାରୀଙ୍କ କଲ୍ୟାଣ କାର୍ଯ୍ୟକ୍ରମ ସହିତ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ଏବଂ ମୃତ୍ୟୁ ପରେ ଅବଶିଷ୍ଟ ଚାକିରି ସମୟର ପୂର୍ଣ୍ଣ ଦରମା ପ୍ରଦାନ ପ୍ରସଙ୍ଗ।

(୩) ରାଜ୍ୟରେ ଗଂଜା ଚାଷ ଏବଂ ଏହାର ଚୋରା ଚାଲାଣ ରୋକିବାକୁ ପଦକ୍ଷେପ।

(୪) କନେଷ୍ଟବଳଙ୍କ ପଦୋନ୍ନତି ପ୍ରସଙ୍ଗ।

ଉପରୋକ୍ତ ପ୍ରମୁଖ ପ୍ରସଙ୍ଗ ସହ ନିମ୍ନଲିଖିତ ବିଷୟ ଉପରେ ମଧ୍ୟ ବିସ୍ତାରିତ ଆଲୋଚନା କରାଯାଇଥିଲା।

(୫) ସାଇବର ଅପରାଧ ରୋକିବା ପାଇଁ ସାମର୍ଥ ବୃଦ୍ଧି (Capacity Building)।

(୬) ଅସ୍ଥାୟୀ ପୋଲିସ ବିଟ୍ ହାଉସ ଓ ଫାଣ୍ତିର କାର୍ଯ୍ୟ ସମୀକ୍ଷା।

(୭) ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ମାମଲାରେ ଜିଲ୍ଲା ପୋଲିସ ପକ୍ଷରୁ ତ୍ୱରୀତ ପଦକ୍ଷେପ ଗ୍ରହଣ।

(୮) ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ବଳର ସଠିକ ବ୍ୟବହାର ଓ ମୃତୟନ।

(୯) ପୋଲିସ ମେଡାଲ ପାଇଁ ମନୋନୟନ ଦାଖଲ।

(୧୦) ଜାତୀୟ ମାନବାଧିକାର ଆୟୋଗଙ୍କ ପାଖରେ ବିଚାରଧିନ ମାମଲା ଗୁଡିକୁ ତ୍ୱରାନ୍ୱୀତ କରିବା।

ଏହି ସମୀକ୍ଷା ବୌଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ହେଡ୍ କ୍ୱାଟର୍ସ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଗୁଇନ୍ଦା ସଂସ୍ଥା), ଆଇ-ଜି (ଆଧୁନିକିକରଣ) ଓ ଆଇ-ଜି (ଏସ୍-ସି-ଆର୍-ବି) ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.