Home ଅପରାଧ ଲୋମହର୍ଷଣକାରୀ ହତ୍ୟା

ଲୋମହର୍ଷଣକାରୀ ହତ୍ୟା

818

ନୂଆଦିଲ୍ଲୀ,୩୦/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):  ଜଣେ ବ୍ୟକ୍ତିର ମୃତ୍ୟୁ ପରେ ବି ତାକୁ ଆଉ ଥରେ ଗୁଳି କରାଯାଇଛି। ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବା ମିଳିଛିରାଜଧାନୀ ଦିଲ୍ଲୀରେ। ଦିଲ୍ଲୀର ଜେଜେ କ୍ୟାମ୍ପ ତିଗଡ଼ିର ଜଣେ ବ୍ୟକ୍ତିଙ୍କୁ ଏକ ମାମୁଲି କାରଣ ପାଇଁ ନିଜ ଜୀବନ ହରାଇବାକୁ ପଡ଼ିଛି। ଏକ ସାମାନ୍ୟ ବଚସାକୁ କେନ୍ଦ୍ର କରି ଚାରି-ପାଞ୍ଚ ଜଣ ମିଶି ଜଣଙ୍କୁ ଛୁରି ଭୁସିବା ପରେ ଗୁଳି କରି ହତ୍ୟା କରିଛନ୍ତି। ଖବରପାଇ ଦକ୍ଷିଣ ଦିଲ୍ଲୀର ତିଗଡ଼ି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଅତିରିକ୍ତ ଡିସିପି ପରମିନ୍ଦର ସିଂହଙ୍କ ସୂଚନାନୁଯାୟୀ, ମୃତକ ଜଣକ ଜେଜେ କ୍ୟାମ୍ପ ଅଞ୍ଚଳର ୨୪ ବର୍ଷୀୟ ରୋହିତ ବୋଲି ଜଣାଯାଇଛି। ବୁଧବାର ରାତି ୧୦.୩୦ଟାରୁ ୧୧ ଭିତରେ ଏହି ଘଟଣା ଘଟିଛି। ରାତି ୧୧.୧ଠରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରୋହିତକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ। ଏଥିସହ ଡାକ୍ତର ରୋହିତଙ୍କୁ କିପରି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି ସେ ନେଇ ମଧ୍ୟ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.