Home ଓଡ଼ିଶା ରାଜ ସୁନାଖଳା ଫାଣ୍ଡି ଦ୍ୱାରା ୭୦ ଲିଟର ଚୋରା ବିଦେଶୀ ମଦ ସହ କାର୍ ଜବତ

ରାଜ ସୁନାଖଳା ଫାଣ୍ଡି ଦ୍ୱାରା ୭୦ ଲିଟର ଚୋରା ବିଦେଶୀ ମଦ ସହ କାର୍ ଜବତ

61

ନୟାଗଡ/୦୨/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ର ରାଜ ସୁନାଖଳା ଫାଣ୍ଡି ଦେଇ ବ୍ୟାପକ ବିଦେଶୀ ମଦ ଚାଲାଣ ହେଉଥିବା ନେଇ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ରାଜ ସୁନାଖଳା ଫାଣ୍ଡି କୁ ନଜର ରଖିବା ପାଇଁ ଖବର ଦେଇଥିଲେ । ତେଣୁ ରାଜ ସୁନାଖଳା ଫାଣ୍ଡି ସବ୍‌  ଇନିସ୍ପେକ୍ଟର ଭୀମସେନ ମଲ୍ଲିକ ଓ ଅନ୍ୟ କର୍ମଚାରୀ ମାନେ  ମାର୍ଚ୍ଚ ୧ ତାରିଖ ୫୭ ନଂ ଜାତୀୟ ରାଜପଥ ବିନୋଦପଡା ଛକ ରେ ଓ ଆର୍ ୦୨ ବି ଡବ୍ଲ୍ୟୁ ୫୦୮୮ ନଂ ବିଶିଷ୍ଠ ଏକ ଧଳା ଇଣ୍ଡିକା ଗାଡିକୁ ଅଟକାଇ ଥିଲେ । ଗାଡି ଟି ବେଗୁନିଆ ପଟୁ ନୟାଗଡ କୁ ଯାଉଥିଲା । ଗାଡି ରେ ବ୍ୟାପକ ବିଦେଶୀ ମଦ ଥିବା ଦେଖି କାଗଜ ପତ୍ର ମାଗିଥିଲେ ।

କିନ୍ତୁ ଡ୍ରାଇଭର୍ ବିଦେଶୀ ମଦ ର ଚାଲାଣ ସମ୍ବନ୍ଧୀୟ କାଗଜ ପତ୍ର ଦେଖାଇ ପାରିନଥିଲେ । ତେଣୁ କାର୍ ସହ ୬ପେଟି ମହାରାଣୀ ବିୟର , ୫ ଟି ଦେଶୀ ମଦ ଥିବା ଯାରକିନ୍ , ୨୨ ଗୋଟି ରୟାଲ୍ ଗ୍ରିନ୍ ,ହୁସ୍କି୍ ଓ ୫ଟି ରୟାଲ୍ ଷ୍ଟାଗ୍ ହୁସ୍କ୍‌ି ଜବତ୍ କରି ଅଭିଯୁକ୍ତ ଯୁବକ ବୋଲଗଡ ଥାନା ଝାନ୍ସି ପାଟଣା ତଳ ସାହି ର  ତୁଷାର ବେହେରା କୁ ଗିରଫ କରିଥିଲେ । ଜବତ ମଦ ର ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାନ କରିବା ପରେ ଜାମିନ୍ ନା ମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.