Home ଜିଲ୍ଲା ପରିକ୍ରମା ଲୋକ ପ୍ରଶାସନ ଅନର୍ସରେ ସୁଦେଷ୍ଣା ବିଶ୍ୱବିଦ୍ୟାଳୟ ଟପ୍ପର

ଲୋକ ପ୍ରଶାସନ ଅନର୍ସରେ ସୁଦେଷ୍ଣା ବିଶ୍ୱବିଦ୍ୟାଳୟ ଟପ୍ପର

72

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକୀରମୋହନ ବିଶ୍ୱବିଦ୍ୟାଳୟର ଯୁକ୍ତତିନି ଶେଷବର୍ଷ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ ତିହିଡ଼ି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଞ୍ଚି ନାରାୟଣ ମାଧବ-ଅର୍ଜ୍ଜୁନ ମହାବିଦ୍ୟାଳୟର ଲୋକପ୍ରଶାସନ ବିଭାଗର ଛାତ୍ରୀ ସୁଦେଷ୍ଣା ସାହୁ ସର୍ବାଧିକ ୮୨.୨୨% ମାର୍କରଖି ‘ଏ’ ଗ୍ରେଡରେ ଫାଷ୍ଟକ୍ଲାସ ଡିଷ୍ଟିଙ୍କସନ୍ ହାସଲ କରିବା ସହିତ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସୁଦେଷ୍ଣା ବନ୍ତ ବ୍ଲକ୍ ନିବାସୀ ଟିଲୋ ଗ୍ରାମର ଦିଲୀପ୍ କୁମାର ସାହୁ ଓ ମଞ୍ଜୁଲତା ସାହୁଙ୍କ ଜ୍ୟେଷ୍ଠା କନ୍ୟା ଅଟନ୍ତି । ତାଙ୍କର ଏହି ସଫଳତା ପଛରେ ପିତାମାତାଙ୍କ ସମେତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡା, ବିଭାଗମୁଖ୍ୟ ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସ ଓ ଅଧ୍ୟାପକ ଅଜୟ କୁମାର ପାତ୍ରଙ୍କ ଅବଦାନ ରହିଛି ବୋଲି ସ୍ୱୀକାର କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ନାମଲେଖାଇ ପରବର୍ତ୍ତୀ ଜୀବନରେ ଅଧ୍ୟାପିକା ହେବାକୁ ସ୍ୱପ୍ନ ଦେଖିଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.