Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳରେ ଇଦ୍‌- ଉଲ୍‌-ଜୁହା ପର୍ବପାଳନ

ଧାମନଗର ଅଂଚଳରେ ଇଦ୍‌- ଉଲ୍‌-ଜୁହା ପର୍ବପାଳନ

126

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ୟାଗ ଓ ବଳିଦାନର ପର୍ବ ପବିତ୍ର ଇଦ୍‌- ଉଲ୍‌- ଜୁହା ନିରାଡ଼ମ୍ବର ଆଜି ଧାମନଗର ଅଂଚଳରେ ପାଳନ ହୋଇଯାଇଛି । ବକ୍ରିଦ୍ ପର୍ବର ପ୍ରଥମ ତଥା ମୁଖ୍ୟ ଦିନରେ ବୁଧବାର ସକାଳ ୮ଟା ସମୟରେ ଧାମନଗର ଇଦ୍‌ଗା ମଇଦାନରେ ନମାଜ ପାଠ କରାଯାଇଥିଲା । ପ୍ରଶାସନର ନିର୍ଦ୍ଦେଶ କ୍ରମେ କରୋନା କଟକଣା ମଧ୍ୟରେ ମାତ୍ର ୫ଜଣ ମୁସଲମାନ ଭାଇମାନେ ସମଦୂରତା ପାଳନ କରି ନମାଜ ପାଠ କରିଥିଲେ । ଧାମନଗର ଖାନକା ସରିଫର ମତୱଲି ଅଲ୍‌ହାଜ ସୟଦ ଗୋଲାମ ମହମ୍ମଦ ହବିବି ଉପସ୍ଥିତ ମୁସଲମାନ ଭାଇମାନଙ୍କୁ ନମାଜ ପାଠ କରାଇଥିଲେ । ସେହିପରି ଦୋବଲ, ପନ୍ଦରବାଟିଆ, ଚୁଡ଼ାକୁଟି, ନଦୀଗାଁ, ପିତେଇପୁର, ଗୋଡ଼ିପୁଖୁରୀ ଆଦି ସ୍ଥାନରେ ପବିତ୍ର ଇଦ୍‌-ଉଲ୍‌-ଜୁହା ପର୍ବ କୋଭିଡ଼ କଟକଣା ମଧ୍ୟରେ ପାଳନ କରାଯାଇଛି । ଶାନ୍ତି ଶୃଙ୍ଖଳା ନିମନ୍ତେ ଧାମନଗର ଏସ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର, ଆଇଆଇସି ପ୍ରଦୀପ ମହନ୍ତ ଓ ଧୁଷୁରୀ ଆଇଆଇସି ପ୍ରଫୁଲ୍ଲ ସିଂଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଜିବା ସହ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.