Home ଜିଲ୍ଲା ପରିକ୍ରମା ଲୋକଙ୍କ ସ୍ୱାର୍ଥ ପୂରଣ ନା ସରକାରୀ ଅର୍ଥର ଅପବ୍ୟୟ

ଲୋକଙ୍କ ସ୍ୱାର୍ଥ ପୂରଣ ନା ସରକାରୀ ଅର୍ଥର ଅପବ୍ୟୟ

50

ଭଦ୍ରକ,୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ସହରାଞ୍ଚଳ ବିକାଶର ସ୍ୱପ୍ନ ଦେଖୁଥିବା ପୌରବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ବିପର୍ଯ୍ୟସ୍ତ ସ୍ୱରେଜ ବ୍ୟବସ୍ଥାର କେବେ ଅନ୍ତଃ ହେବ, ତାହା କହିହେବନାହିଁ । କାହିଁକି ନା ବର୍ଷାଦିନ ପୂର୍ବରୁ ଅସରାଏ ବର୍ଷାରେ ଭଦ୍ରକ ପୌରାଞ୍ଚଳର ବହୁ ୱାର୍ଡରେ ଯେଭଳି କୃତ୍ରିମ ବନ୍ୟା ଦେଖାଦିଏ, ତାହା କେହି ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ଏହିଭଳି ଏକ ଅଂଚଳ ହେଉଛି ଚରମ୍ପାର ୫ନଂ ୱାର୍ଡ ସ୍ଥିତ କଣ୍ଟାପାଳ । ବର୍ଷାଦିନ ଆସିଲେ ଏହି ଅଂଚଳବାସୀଙ୍କ ପାଇଁ ମାଡିଆସେ ଦୁର୍ଦ୍ଦିନ । ତେବେ ଲୋକମାନଙ୍କର ଦୀର୍ଘଦିନର ଗୁହାରି ପରେ ଏହି ସମସ୍ୟାର ପ୍ରତିକାର ପାଇଁ ବିଧାୟକଙ୍କ ଉଦ୍ୟମରେ ସରକାରୀ ସ୍ତରରେ ଆରମ୍ଭ ହୋଇଛି ଡ୍ରେନ୍ କାମ । ତେବେ ଏହି ଡ୍ରେନ୍‌ଟି ସମସ୍ୟାର ସମାଧାନରେ କେତେଦୂର ସଫଳ ହେବ, ତାହା ଏବେ ଜଳ ଜଳ ଦେଖାଯାଉଛି । କାହିଁକିନା ସବୁଠାରୁ ଆଶ୍ଚର୍ଯ୍ୟର କଥା ଏକ ଛୋଟିଆ ଡ୍ରେନ୍‌ର କାର୍ଯ୍ୟ ୪ ମାସ ହେବ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ସରୁନାହିଁ । ଏଣୁ ଆଗକୁ ବର୍ଷାଦିନ ଆସୁଥିବାରୁ ଏହି ଅଂଚଳର ଅନ୍ୟ ଡ୍ରେନ୍ ଗୁଡିକ ନିର୍ମାଣ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏବଂ କେବଳ ଲୋକ ଦେଖାଣିଆ ଭାବେ ଲୋକଙ୍କ ଅର୍ଥ ଏଭଳି ବିଭିନ୍ନ ଯୋଜନା ନାମରେ ସରକାରୀ ଓ ବେସରକାରୀ ସ୍ତରରେ ଅପଚୟ ହେଲେ ସତରେ କ’ଣ ଲୋକଙ୍କ ଦୁର୍ଦ୍ଦଶାର ଅନ୍ତଃ ହେବକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.