Home ଜିଲ୍ଲା ପରିକ୍ରମା ପ୍ରଫେସର ଡ. ସନାତନ ମହାନ୍ତି ଆଉ ନାହାଁନ୍ତି, ବିଭିନ୍ନ ମହଲରେ ଶୋକ

ପ୍ରଫେସର ଡ. ସନାତନ ମହାନ୍ତି ଆଉ ନାହାଁନ୍ତି, ବିଭିନ୍ନ ମହଲରେ ଶୋକ

33

ଭଦ୍ରକ,୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କେବଳ ଭଦ୍ରକ ନୁହେଁ ସମଗ୍ର ଓଡ଼ିଶାର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ, ଭଦ୍ରକ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାକ୍ତନ ଅଧ୍ୟକ୍ଷ, ଗାନ୍ଧି ବିଚାର ମଂଚ ଓ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ସ୍ମାରକୀ ପରିଷଦର ସଭାପତି, ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟର ଉପଦେଷ୍ଟା, ଫକୀରମୋହନ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ସିନେଟ୍ ସଦସ୍ୟ ତଥା ସୁଲେଖକ, ଶିକ୍ଷାବିତ୍ ପ୍ରଫେସର ଡ. ସନାତନ ମହାନ୍ତିଙ୍କର ଆଜି ଦେହାନ୍ତ ହୋଇଯାଇଛି । ସ୍ୱର୍ଗତଃ ମହାନ୍ତି ଦୀର୍ଘଦିନ ହେବ ଭଦ୍ରକ ଜାନୁଗଞ୍ଜସ୍ଥିତ ତାଙ୍କ ବାସଭବନରେ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୭.୩୦ ସମୟରେ ୯୫ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦ, ଗାନ୍ଧି ବିଚାର ମଂଚ, ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ସ୍ମାରକୀ ପରିଷଦ, ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ, ତ୍ୟାଗଭୂମି, ସାଂସ୍କୃତିକ ସମ୍ମେଳନ ଭଳି ବହୁ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.