Home ଜିଲ୍ଲା ପରିକ୍ରମା ଲୋକକଳା ସଙ୍ଘର ସମ୍ବର୍ଦ୍ଧନା ଉତ୍ସବ

ଲୋକକଳା ସଙ୍ଘର ସମ୍ବର୍ଦ୍ଧନା ଉତ୍ସବ

35

ବାହାନଗା,୧୫ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାଜିପୁର ବାମଝପା ମୁନି ପଡ଼ିଆ ଠାରେ ଏକ ସମ୍ପର୍ଦ୍ଧନା ପର୍ବ ଶଙ୍କର୍ଷଣ ସେଠୀଙ୍କର ଆବାହକତ୍ୱରେ ହୋଇ ଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ବାହାନଗା ବ୍ଲକ ଲୋକକଳା ସଙ୍ଘର ସଭାପତି ରବିନ୍ଦ୍ର ଧାମୁଡ଼ିଆ । ଏଥିରେ ଜିଲ୍ଲା ଲୋକକଳା, ଓଡ଼ିଆ ଭାଷା ସାହିତ୍ୟ ଓ ସମାଜ କଲ୍ୟାଣ ସଙ୍ଘର ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେର, ସମ୍ପାଦକ ଗଜେନ୍ଦ୍ର ଯେନା, ମହିଳା ସଦସ୍ୟା ବିମଳା ମହାରଣା, ସମ୍ମାନିତ ଅତିଥି ଭାବେ ଭବାନିରାଣୀ ବେହେରା, ବ୍ଲକ ସମ୍ପାଦକ ସୁଦର୍ଶନ ଦାସଙ୍କୁ ପରିବାର ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ଓଡ଼ିଶା ସରକାରଙ୍କର ପଞ୍ଜିକୃତ କଳାକାରଙ୍କ ସମ୍ପର୍କରେ ଆଲୋଚନା ହୋଇ ଥିଲା । ଏବଂ ସେମାନଙ୍କର ସମସ୍ୟା ସମ୍ପର୍କୀତ ପ୍ରଶ୍ନର ଉତ୍ତର ଜିଲ୍ଲା ସଭାପତି ଶ୍ରୀ ବେହେରା ଦେଇ ଥିଲେ । ଶେଷରେ କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥନରୁ ବହୁ କଳାକାର ଯାଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.