Home ଓଡ଼ିଶା ଖୋଲା, ଖୋଲି ଚାଲିଛି ବେଆଇନ ଦାଦନ ଶ୍ରମିକ ଚାଲାଣ ପ୍ରଶାସନ ନିରବ ଦ୍ରଷ୍ଟା

ଖୋଲା, ଖୋଲି ଚାଲିଛି ବେଆଇନ ଦାଦନ ଶ୍ରମିକ ଚାଲାଣ ପ୍ରଶାସନ ନିରବ ଦ୍ରଷ୍ଟା

45

ବଲାଙ୍ଗୀର, ୧୪-୧୧ (ଓଡ଼ିଆ ପୁଅ) ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରେ କୋଭିଡ-୧୯ ପାଇଁ ଫେରିଆସିଥିବା ଶ୍ରମିକ ଦୈନିକ ସହ ସହ ସଂଖ୍ୟାରେ କାମ, ଧନ୍ଦା ଅଭାବରୁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ପ୍ରତିଦିନ ବିଭିନ୍ନ ବସ ଯୋଗେ ଦାଦନ ସର୍ଦ୍ଦାର ଏହି ଶ୍ରମିକ ମାନଙ୍କୁ ଖୋଲା, ଖୋଲି ଭାବେ ବିଭିନ୍ନ ରାଜ୍ୟ ମାନଙ୍କୁ ଚାଲାଣ କରୁଥିବା ବେଳେ ସରକାରୀ ନିୟମର ଖିଲାପ କରାଯାଉଥିବା ଦେଖାଯାଉଛି। ବିନା ସରକାରୀ ସ୍ୱୀକୃତି ରେ ଆଗୁଆ ନିଜ ଇଚ୍ଛା ମୁତାବକ ଧାର୍ଯ୍ୟ ମୁଲ୍ୟରୁ କମ ଟଙ୍କା ଆଗୁଆ ଦେଇ ବାଧ୍ୟତାମୂଳକ ଭାବେ ଶ୍ରମିକ ମାନଙ୍କୁ ଚାଲାଣ କରାଯାଉଥିବା ବେଳେ ତାର ସରକାରୀ ତାଲିକା ଓ କେଉଁ ଅଞ୍ଚଳକୁ ନିଆଯାଉଛି ପରି ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରଶାସନକୁ ପ୍ରଦାନ କରାଯାଉ ନାହିଁ। ଏପରି କି ପୋଲିସ, ଶ୍ରମ ଅଧିକାରୀଙ୍କ ସମ୍ପୂର୍ଣ୍ଣ ଜ୍ଞାତ ସାରରେ ଏହି ବେଆଇନ ଚାଲାଣ କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ଏଠି ସରକାରୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ତାଲିକା ଭୁକ୍ତ ଶ୍ରମିକଙ୍କୁ କାମ ମିଳୁ ନ ଥିବା ବେଳେ ମେସିନ ଯୋଗେ କେତେକ ସ୍ଥାନରେ କାର୍ଯ୍ୟ ଚାଲୁଛି। ଯେଉଁ ଥିରେ ଅନେକ ଶ୍ରମିକ ତାଲିକା ଭୁକ୍ତ ହୋଇ ସୁଦ୍ଧା କିଛି ସୁଫଳ ପାଇ ପାରୁ ନାହାଁନ୍ତି। ଭୋକ ଉପାସରେ ଦୁର୍ଦ୍ଦିନରେ ଦିନ କାଟିବା ଯୋଗୁଁ ପୁନଃ ବାଧ୍ୟ ହୋଇ ଆଗୁଆ ଟଙ୍କା ଧାର୍ଯ୍ୟ ଅର୍ଥ ଠାରୁ କମ ହାରରେ ନେବାକୁ ବାଧ୍ୟ ହେଉଛନ୍ତି। ଏ ଦିଗରେ ପ୍ରଶାସନ ତରଫରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କିମ୍ବା ସହାୟତା ନ ମିଳିବା ଓ ବିନା ଲାଇସେନ୍ସରେ ତଥା ବିନା ପଞ୍ଜିକରଣ ଓ ନିଜ ସରକାରୀ ଲାଇସେନ୍ସ ଅବଧି ସରି ଯାଇଥିବା ସତ୍ୱେ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରୁ ଗାଁ, ଗାଁ ବୁଲି ଶ୍ରମିକଙ୍କୁ ଚାଲାଣ କରାଯାଉଛି। ଛୋଟ ଶିଶୁ ଶିକ୍ଷାରୁ ବଞ୍ଚିତ ହୋଇ ରହୁଥିବା ବେଳେ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରି କି ଅନେକ ଲୋକ ଆଧାର ପରିଚୟ ପତ୍ର ନିୟମ ରୁ ବାଦ ପଡିଥିବା ବେଳେ ଅନେକ ଅନ୍ୟ ରାଜ୍ୟର ଆଧାର ସହ ଖାଉଟି କାର୍ଡ଼ ପାଇଛନ୍ତି।

ବିଶେଷ କରି ବୃଦ୍ଧ, ବୃଦ୍ଧା ଆଧାର ଓ ଖାଉଟି ପରିଚୟ ପତ୍ର ପାଇ ନ ପାରି ନିଜ ଘରେ ରହିଯାଉ ଥିବା ଦେଖାଯାଉଛି। ଜିଲ୍ଲାରେ ଦାଦନ ସର୍ଦ୍ଦାର ଓ ଦଲାଲ ଖୋଲା, ଖୋଲି ଟଙ୍କା ବଣ୍ଟନ ଓ ଚାଲାଣ ରେ ବେଆଇନ ଭାବେ ସକ୍ରିୟ ଥିବା ବେଳେ ସରକାର ଖାଦ୍ୟ ଓ କାମ ଯୋଜନା ପ୍ରହସନ ପାଲଟି ଯାଇଛି। ସେହିପରି କଂଟାବାଞ୍ଜି ପୋଲିସ ଦ୍ୱାରା ୪୮ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ ଓ ୨୩ ମହିଳା ରହିଥିବା ବେଳେ ଶ୍ରମିକଙ୍କ ସହ ୮ ଗୋଟି ଶିଶୁ ମଧ୍ୟ ଉଦ୍ଧାର ହୋଇଥିବା କୁହାଯାଇଛି। ସୂଚନା ଅନୁସାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ କଂଟାବାଞ୍ଜି ରେଳ ଷ୍ଟେସନ ଛକରେ ଚଢାଉ କରି ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ। ଉଦ୍ଧାର ଶ୍ରମିକ ମାନେ ବଲାଙ୍ଗିର, ନୂଆପଡା ଓ ବରଗଡ ଜିଲ୍ଲାର ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦାଦନ ସର୍ଦ୍ଦାର ଫେରାର୍‌ ହୋଇ ଯାଇଥିବା ବେଳେ ତଦନ୍ତ ଜାରି ରହିଥିବା କୁହାଯାଇଛି। ଏହି ବେଆଇନ ଶ୍ରମିକ ଚାଲାଣ କରିବା ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ପ୍ରକାଶ ପାଉଛି। କଣ୍ଟାବାଞ୍ଜି, ତୁରେକେଲା, ବେଲପଡା, ମୁରିବାହଲ, ସଇଁତଲା, ଟିଟିଲାଗଡ଼, ପଟଣାଗଡ଼, ବଙ୍ଗୋମୁଣ୍ଡା, ସିନ୍ଧେକେଲା, ପରି ଜିଲ୍ଲା ର ସମସ୍ତ ଅଞ୍ଚଳରେ ଏହି ଦାଦନ ସକ୍ରିୟ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.