Home ଜିଲ୍ଲା ପରିକ୍ରମା କଂଗ୍ରେସର ନବନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା ଓ ସାଙ୍ଗଠନିକ ବୈଠକ

କଂଗ୍ରେସର ନବନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା ଓ ସାଙ୍ଗଠନିକ ବୈଠକ

72

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସର ସାଙ୍ଗଠନିକ ବୈଠକ ରାଜୀବ ଭବନ ପରିସରରେ ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯୋଗଦେଇଥିବା ଦଳର ନବନିଯୁକ୍ତ ଜିଲ୍ଲା ସଭାପତି ତଥା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ନେତା ସୁବ୍ରତ ଦାସଙ୍କୁ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନାଜ୍ଞାପନ କରାଯାଇଥିଲା । ଦଳର ସଙ୍ଗଠନକୁ ଦୃଢ ତଥା ଲଢୁଆ ଭାବେ ଗଢିତୋଳିବା ସହ ଦଳକୁ ଜନାଦୃତ କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାସ ସମ୍ବର୍ଦ୍ଧନା ଉତ୍ତରରେ ପ୍ରକାଶ କରିଥିଲେ । ଏହି ଅବସରରେ ଦଳର ବ୍ଲକ ସଭାପତି ଚୟନ ସହ ସ୍ଥାନୀୟ ସଙ୍ଗଠନରୁ ଜିଲ୍ଲା ଓ ରାଜ୍ୟ ସଙ୍ଗଠନର ବିଭିନ୍ନ ପଦପଦବୀକୁ ଚୟନ ସର୍ବସମ୍ମତ କ୍ରମେ ସମ୍ପନ୍ନ କରାଯିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ପିତାମ୍ବର ନାୟକ, ଗୋଲକ ଚନ୍ଦ୍ର ବେହେରା, ଜିଲ୍ଲା ମହିଳା ସଭାପତି ସବିତା ଚନ୍ଦ, ଯୁବ ନେତା ତଥା ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ସାହୁ, ସୁବାସ କାଣ୍ଡି, ମନୋଜ କୁମାର ନାୟକ, ନଟବର ରାଉଳ, ଗଣେଶ ଭାରତୀ, ପୂର୍ବତନ ସରପଞ୍ଚ ସୁବାସ ଗୋଚ୍ଛାୟତ, ଧରିତ୍ରୀ ଜେନା, ଶଶିକାନ୍ତ ମିଶ୍ର, ନାରାୟଣ ଚନ୍ଦ୍ର ବେହେରା, ସମିତି ସଭ୍ୟ ଚନ୍ଦ୍ରଶେଖର ଜେନା, ଶ୍ୟାମସୁନ୍ଦର ମହାପାତ୍ର, ଅକ୍ଷୟ ସ୍ୱାଇଁ, ମହେଶ୍ୱର ଦାସ, ବିନୋଦ ପଲାଇ, ରମେଶ ଭାରତୀ, ଅଭିମନ୍ୟୁ ବେହେରା, ସୁଦର୍ଶନ ବେହେରା, ମଧୁସୂଦନ ଦତ୍ତ, ପିତାମ୍ବର ଦାସ, ଖଗେଶ୍ୱର ସ୍ୱାଇଁ, ରବିନ୍ଦ୍ର ରାୟ, ରଘୁନାଥ ବାରିକ, ବସନ୍ତ ରାଉତ, ଉମାକାନ୍ତ ଜେନା, ବୃନ୍ଦାବନ ଦାସ, କୃଷ୍ଣ ଶାଶିନୀ, ସଦାନନ୍ଦ ସାମଲ ପ୍ରମୁଖଙ୍କ ସହ ସମସ୍ତ ପଞ୍ଚାୟତ ସଭାପତି ଓ ଛାମୁଆଁ କର୍ମୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.