Home ଜିଲ୍ଲା ପରିକ୍ରମା ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ ପାଳିତ

ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ ପାଳିତ

48

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦି ଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣିଙ୍କ ୧୮୭ତମ ଜୟନ୍ତୀ ଭଦ୍ରକ ବ୍ଲକ ନଳାଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇ ଯାଇଛି। ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସାଧରଣ ସମ୍ପାଦକ ଅଧ୍ୟାପକ ନୀହାର ରଂଜନ କର ମୁଖ୍ୟଅତିଥି, ଭଦ୍ରକ ଜିଲ୍ଲା ଲୋକକଳା ସଂସ୍କୃତି ସଂଘର ଉପସଭାପତି ସୁବାସ ଚନ୍ଦ୍ର ମଲ୍ଲିକ, ଗେଳପୁର ପଞ୍ଚାୟତର ସରପଞ୍ଚ ସରୋଜ ଲେଙ୍କା, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ନାଟ୍ୟ ନିର୍ଦ୍ଦେଶକ ତଥା ନାଟ୍ୟକାର ରାମନାରାୟଣ ତ୍ରିପାଠି, ସମାଜସେବୀ ତଥା କବିଙ୍କ ଉତ୍ତରଦାୟାଦ ରତନ ପାଣି, ଭାଗିରଥୀ ନାୟକ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମାଜସେବୀ ଅସିତ ପାଣିଗ୍ରାହୀ (ମୁନ ନନା) ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଉତ୍ସବରେ ପିତାମ୍ବର ମଲ୍ଳିକ ଅତିଥି ପରିଚୟ, ବିଜୟ ପାଣି ସ୍ୱାଗତ ଭାଷଣ ଦେଇଥିଲା ବେଳେ ସନ୍ଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.