Home ଆମ ପର୍ବ ପର୍ବାଣୀ ରଣପୁର ଅଂଚଳରେ ମଣିଆ ମା’ ର ଶୁଦ୍ଧିକ୍ରିୟା କଲେ ଭକ୍ତାମାନେ

ରଣପୁର ଅଂଚଳରେ ମଣିଆ ମା’ ର ଶୁଦ୍ଧିକ୍ରିୟା କଲେ ଭକ୍ତାମାନେ

61

ନୟାଗଡ଼ ୧୫/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରଣପୁର ଅଂଚଳ ରେ ଦଣ୍ଡନୃତ୍ୟର ଶେଷପରେ ମହାବିଷୁବ ପଣାସଂକ୍ରାନ୍ତିରେ ଭକ୍ତାମାନେ ଅଗ୍ନିକୁଣ୍ଡରେ ଚାଲି ନିଜ ନିଷ୍ଠା ପରାକାଷ୍ଠାର ପ୍ରମାଣ ଦେବାପରେ ପ୍ରତ୍ୟେକ କୋଠୀରେ ଭକ୍ତାମାନେ କ୍ଷୌରକର୍ମ ହୋଇ ଶୁଦ୍ଧ ସ୍ନାନାଦି ଶେଷକରି ମଣିଆ ମା’ର ଶୁଦ୍ଧିକ୍ରିୟା କରିଥିବା ଜଣାପଡିଛି। ରଣପୁର ବାବା ଚଣ୍ଡେଶ୍ୱର, ବାବା ସ୍ୱପ୍ନେଶ୍ୱର, ଲତାର ବାବା ବାଲିଙ୍କେଶ୍ୱର, ବାବା ନିଳକଣ୍ଠେଶ୍ୱର, ବାବା କମଳେଶ୍ୱର ଆଦି ସମସ୍ତ କୋଠୀରେ ଭକ୍ତାମାନେ ମଣିଆ ମା’ ର ଶୁଦ୍ଧିକ୍ରିୟା କରିଥିବା ଜଣାପଡିଛି। ଶୈବ ପୁରାଣର କଥା ଅନୁଯାଇ ଜନକ ମହର୍ଷି ଆଦି ୧୩ ଋଷିପୁତ୍ର ଶିବଲୀଳା କରୁଥିବା ବେଳେ ଏକ ବାପ ଛେଉଣ୍ଡ ମଣିଆ ନାମକ ଯୁବକ ଋଷିପୁତ୍ର ମାନଙ୍କ ସହ ଏହି ଶିବ ଦଣ୍ଡନୃତ୍ୟରେ ସାମିଲ୍ ହୋଇଥିଲା।

ଦଣ୍ଡନୃତ୍ୟ ଚାଲିଥିବା ବେଳେ ମଣିଆର ମା ମୃତ୍ୟୁ ବରଣ କରିଥିଲେ। ମଣିଆ ଶିବନୃତ୍ୟ ପାଇଁ ଋଷିପୁତ୍ର ମାନଙ୍କ ସହିତ ସଙ୍କଳ୍ପ କରିଥିବାରୁ ମା’ ର ଶୁଦ୍ଧିକ୍ରିୟା କରିପାରିନଥିଲା। ତେଣୁ ଦଣ୍ଡନୃତ୍ୟ ଶେଷହେବା ପରେ ସମସ୍ତ ଋଷିପୁତ୍ର କଥିତ ଭକ୍ତାମାନେ ମଣିଆ ମା ର ଶୁଦ୍ଧିକ୍ରିୟା କରିଥିବା ଘଟଣା ଶିବ ପୁରାଣ ରେ ବର୍ଣ୍ଣିତ ହୋଇଛି। ହିନ୍ଦୁଧର୍ମ ଅନୁଯାଇ ଯେଉଁଭଳି ଭାବରେ ମା’ ର ମୃତ୍ୟୁ ପରେ ପୁତ୍ର, ପରିବାର ଓ ବନ୍ଧୁ ପରିଜନ ମାନେ ଭୋଜିର ଆୟୋଜନ କରିଥିାନ୍ତି ସେହିଭଳି ଭାବରେ ସମସ୍ତ ୨୭ କୋଠୀରେ ଭୋଜିର ଆୟୋଜନ କରାଯାଇଥିଲା। ଭକ୍ତାମାନେ ଶୁଦ୍ଧ ସ୍ନାନାଦି ସାରି ମୁକ୍ତା ସେବନ କରି ଶୁଦ୍ଧ ହେବା ସହ ମଣିଆ ମା ର ମୁକ୍ତି ପାଇଁ ଶିବ ଙ୍କୁ ନିବେଦନ କରିଥିଲେ। ଲତାର ଭଳି ଅନେକ କୋଠୀରେ ସମସ୍ତ ଗ୍ରାମବାସୀ ଭୋଜିରେ ସାମିଲ୍ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.