Home ଜିଲ୍ଲା ପରିକ୍ରମା ଲେଖିକା ସଂଘର ଶୀତ ଆସର, ‘ଆଧୁନିକ ଓଡ଼ିଆ କବିତାର ବ୍ୟାପ୍ତି ଓ ବିସ୍ତୃତି’ ବିଷୟରେ ଆଲୋଚନା

ଲେଖିକା ସଂଘର ଶୀତ ଆସର, ‘ଆଧୁନିକ ଓଡ଼ିଆ କବିତାର ବ୍ୟାପ୍ତି ଓ ବିସ୍ତୃତି’ ବିଷୟରେ ଆଲୋଚନା

23

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ସପ୍ତପର୍ଣ୍ଣୀ’ ସାହିତ୍ୟ ଆସର ତରଫରୁ ବିବେକାନନ୍ଦ ପାଠାଗାର, ଭଦ୍ରକ ଠାରେ ସଭାପତି ଶ୍ରୀମତୀ ଝରଣା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଶୀତ ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁଗଶ୍ରୀ ଯୁଗନାରୀ ମାସିକ ସାହିତ୍ୟ ପତ୍ରିକାର ସମ୍ପାଦିକା ଶ୍ରୀମତୀ ମମତା ମହାପାତ୍ର ମୁଖ୍ୟ ଅତିଥି, ବିଶିଷ୍ଟ କବି ଶ୍ରୀମତୀ ଦୀପ୍ତି ଦାସ ମୁଖ୍ୟବକ୍ତା, ଓଡିଆ ସାହିତ୍ୟର ବିଶିଷ୍ଟ ଗାଳ୍ପିକା ପୁଷ୍ପାଞ୍ଜଳି ନାୟକ ସମ୍ମାନିତ ଅତିଥି, ନୂଆ ଯୁଗର ନୂଆ ସକାଳର ସମ୍ପାଦିକା ଶ୍ରୀମତୀ ଅବନ୍ତୀ ମଲ୍ଲିକ ସମ୍ମାନିତ ଅତିଥି, କବି ଡ .ରାଧାରାଣୀ ମହାପାତ୍ର ବକ୍ତା ଭାବରେ ଯୋଗଦେଇ ଥିଲେ । ଏଥିରେ ‘ଆଧୁନିକ ଓଡ଼ିଆ କବିତାର ବ୍ୟାପ୍ତି ଓ ବିସ୍ତୃତି’ ବିଷୟରେ ଆଲୋଚନା କରା ଯାଇଥିଲା । ଲେଖିକା ଡ. ଉତ୍ପଳା ନାୟକ ପ୍ରାଗ୍‌ଭାଷ ଓ ଶ୍ରୀମତୀ ବସନ୍ତ ମିଶ୍ର ବେଦ ପାଠ କରି ଥିଲେ । କବି ପ୍ରଭାତ ନଳିନୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ସାବିତ୍ରୀ କବି ଓ ସଂଯୁକ୍ତା ଭାରତୀ କବିତା ଗୁଡ଼ିକର ସଂଯୋଜନା କରିଥିଲେ । ଏଥିରେ କବି ମନସ୍ୱିନୀ ଦେବୀ, କବି ସ୍ମୃତି ଦାସ, କବି ପ୍ରତିମା ପଣ୍ଡା, ଗାଳ୍ପିକା ସିନ୍ଧୁ ସେନ, କବି ପ୍ରୀତିଲତା ପଣ୍ଡା, କବି ଦୀପ୍ତିମୟୀ ସାହୁ, ସୂଚିତ୍ରା ପାଣିଗ୍ରାହୀ, ଅଞ୍ଜୁବାଳା ରାଉତ, ସଂଯୁକ୍ତା ବଳ, କାଦମ୍ବିନୀ ଦେବୀ, ଶକୁନ୍ତଳା ନାୟକ, ସ୍ମିତା ମହାନ୍ତି, କାନନ ମହାନ୍ତି, ସ୍ନେହଲତା ବେହେରା, ଶ୍ରୀମତୀ ଅପରାଜିତା ମଲ୍ଲିକ, ଶ୍ରୀମତୀ ଅନୁପମା ଘଡ଼େଇ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିକା ଡ. ସୋମା ଚାନ୍ଦ ସଭାର ପରିଚାଳନା କରିଥିଲେ । କବି ଓ କବିତାର ଅପୂର୍ବ ସମନ୍ୱୟ ସ୍ଥାପିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.