Home ଜିଲ୍ଲା ପରିକ୍ରମା ଲୁଣିଆ ଗୁଳିକାଣ୍ଡର ୭୯ତମ ଶହୀଦ ଦିବସ ପାଳିତ

ଲୁଣିଆ ଗୁଳିକାଣ୍ଡର ୭୯ତମ ଶହୀଦ ଦିବସ ପାଳିତ

37

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାର ଧାମନଗର ବ୍ଲକ ଅନ୍ତର୍ଗତ ଶହୀଦନଗର ସ୍ଥିତ ଐତିହାସିକ ଲୁଣିଆ ଗୁଳିକାଣ୍ଡର ୭୯ ତମ ଶହୀଦ ସ୍ମୃତି ଉତ୍ସବ ଆଜି ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍ମୃତି ମଣ୍ଡପ ନିକଟସ୍ଥ କବିପୋଖରୀ ଠାରେ ତିଳତର୍ପଣ ଓ ପ୍ରଭାତଫେରି ଆଦି କରାଯାଇଥିଲା । ଏହି ଅବସରରେ ଶହୀଦ ସ୍ମୃତିକମିଟିର ସଭାପତି ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଧାୟକ ସ୍ମୃତି ମଣ୍ଡପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଭଦ୍ରକ ଜିଲ୍ଳାପାଳ ତ୍ରିଲୋଚନ ମାଝୀ ଶହୀଦ ସ୍ମୃତି ମଣ୍ଡପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିଲ୍ଳା ପ୍ରଶାସନ ପକ୍ଷରୁ ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ୱାଧିନତା ସଂଗ୍ରାମୀ ବଂଶିଧର ପଣ୍ଡା, ବ୍ରଜକିଶୋର ରାଉତ, ଅସୁରାଳି ଜିଲ୍ଳା ପରିଷଦ ସଭ୍ୟା ଉମାମଣୀ ସାହୁ, ଦୋବଲ ଜିଲ୍ଲା ପରିଷଦ ସଭ୍ୟ ମନୋରଂଜନ ମଲ୍ଳିକ, ସରପଂଚ ଗୟାଧର ନାୟକ, ପୂର୍ବତନ ସରପଂଚ ଅଶୋକ କୁମାର ପୁହାଣ, ଯୁବନେତା ସୁରଜ ସୂର୍ଯ୍ୟବଂଶି ସେଠୀ, ଶ୍ରୀକାନ୍ତ ନାୟକ, ପ୍ରଶାନ୍ତ ନାୟକ, ଅରବିନ୍ଦ ପତି, ରାଜେନ୍ଦ୍ର ସାହୁ, ସନ୍ତୋଷ ଦାସ ଅଧିକାରୀ, ଅଜୟ ବଳ, ସୁରଜ ସାହୁ, ବିରେନ୍ଦ୍ର ଜେନା, ଦୀଲ୍ଳିପ ସାମଲ, ପ୍ରମୁଖ ଶହୀଦ ସ୍ମୃତି ମଣ୍ଡପରେ ପୁଷ୍ପମାଲ୍ୟ ଅର୍ପଣ କରିଥିବାବେଳେ ଧାମନଗର ବିଜୁ ଜନତାଦଳ ପକ୍ଷରୁ ମଧ୍ୟ ଶହୀଦ ସ୍ମୃତି ମଣ୍ଡପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଏହି ଅବସରରେ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ତିହିଡ଼ି ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ୍‌ଲତା ନାୟକ, ବିବିସିସି ବ୍ୟାଙ୍କର ପୂର୍ବତନ ସଭାପତି ରଘୁନାଥ ଲେଙ୍କା, କଟସାହି ପଂଚାୟତର ସରପଂଚ ଅଞ୍ଜନା ଲେଙ୍କା, ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ବ୍ଲକ ବିଜୁ ଯୁବ ଜନତାଦଳର ସଭାପତି ଭାରତବିଜୟ ଦଳାଇ, ବିଜୁଜନତା ଦଳର ଜିଲ୍ଳା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମଲ୍ଳିକ, ହରେକୃଷ୍ଣ ପାଢୀ, ସୁଶାନ୍ତ କୁମାର ପଣ୍ଡା, ଭାନୁପ୍ରକାଶ ପଲାଇ, ଦୟାନିଧି ମିଶ୍ର, ରାମଚନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ସେହିପରି କଂଗ୍ରେସ ଦଳପକ୍ଷରୁ ଜିଲ୍ଳା ସଭାପତି ସୁବ୍ରତ ଦାସ, ପୂର୍ବତନ ସାଂସଦ ମୁରଲିଧର ଜେନା, ବ୍ଲକ ସଭାପତି ଅଭିଷେକ ରାଉତ, ବରିଷ୍ଠ କଂଗ୍ରେସ ନେତା ନାରାୟଣଚନ୍ଦ୍ର ପାଢୀ, ନାରାୟଣଚନ୍ଦ୍ର ନାୟକ, ପ୍ରଶନ୍ନ ଧଳ, ସୁରେନ୍ଦ୍ର ପଣ୍ଡା, ସୁରେଶ ମହାନ୍ତି, ନରେନ୍ଦ୍ର ମଲ୍ଳିକ, ପ୍ରଦୀପ କୁମାର ଦାସ, ଜାନକୀ ଦାସ, ସିପିଏମ୍ ପକ୍ଷରୁ ଚନ୍ଦ୍ରଶେଖର ନାୟକ, ରମେଶଚନ୍ଦ୍ର ସାହୁ, ସତ୍ୟମୁର୍ତ୍ତି ବେହେରା, ରମାକାନ୍ତ ମହାଳିକ, ପଞ୍ଚାନନ ପାଣିଗ୍ରାହୀ, ଧାମନଗର ପ୍ରେସ୍ କ୍ଲବ ପକ୍ଷରୁ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି କିଶାନ କୁମାର ରାଉତ, ସାମ୍ବାଦିକ ବୈକୁଣ୍ଠନାଥ ସାହୁ, ସରୋଜ କୁମାର ସେଠୀ, ରମେଶଚନ୍ଦ୍ର ବେହେରା, ପ୍ରମୋଦ କୁମାର ସ୍ୱାଇଁ, ଜଗନ୍ନାଥ ବେହେରା, ଆକାଶ ବାଣି ସାମ୍ବାଦିକ ଅଶୋକ କୁମାର ନାୟକ, ଧାମନଗର ଓକିଲ ସଂଘ ପକ୍ଷରୁ ସଂଘର ସଭାପତି ଅଭିରାମ ମହାନ୍ତି, ସମ୍ପାଦକ ଅମରେନ୍ଦ୍ର ମହାନ୍ତି, ସ୍ନେହାଶିଷ ପଣ୍ଡା, ରଣଜିତ୍ ମହାନ୍ତି ପ୍ରମୁଖ ଶହୀଦ ସ୍ମୃତି ମଣ୍ଡପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ୧୯୪୨ ମସିହା ସେପ୍ଟେମ୍ବର ୨୨ତାରିଖ ଦିନ ଇଂରେଜ ମାନଙ୍କ ଗୁଳିମାଡ଼ରେ ନିଧି ମହାଳିକ, ଅଗଣି ସାହୁ, କୃଷ୍ଣ ମହାଳିକ, ଗୋପିନାଥ ଜେନା, ନବକିଶୋର ନାୟକ, ଗୋରୀ ଜେନା, ଚିନ୍ତାମଣୀ ଦାସ, ଶଙ୍କର ବେହେରା, ଶ୍ୟାମ ମହାଳିକ ଶହୀଦ ହୋଇଥିଲେ । ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ଉକ୍ତ ଅଞ୍ଚଳରେ ଶହୀଦ ଦିବସ ଭାବରେ ପ୍ରତିବର୍ଷ ପାଳିତ ହେଉଥିବାବେଳେ ଚଳିତବର୍ଷ ମଧ୍ୟ ଶହୀଦ ସ୍ମୃତି କମିଟି ପକ୍ଷରୁ ୭୯ତମ ଶହୀଦ ସ୍ମୃତି ଦିବସ ପାଳନ କରାଯାଇଛି । ତେବେ କରୋନା କଟକଣା ମଧ୍ୟରେ ନିରାଡ଼ମ୍ବର ଭାବରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.