Home ଜିଲ୍ଲା ପରିକ୍ରମା ପାଣି ଟ୍ୟାଙ୍କର ଦୁର୍ଘଟଣାରେ ୨ କଲେଜ ଛାତ୍ରୀ ଆହତ, ଛାତ୍ରଛାତ୍ରୀଙ୍କ ଉତ୍ତେଜନା

ପାଣି ଟ୍ୟାଙ୍କର ଦୁର୍ଘଟଣାରେ ୨ କଲେଜ ଛାତ୍ରୀ ଆହତ, ଛାତ୍ରଛାତ୍ରୀଙ୍କ ଉତ୍ତେଜନା

33

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ କଲେଜର ଦୁଇ ଛାତ୍ରୀ ଏକ ସ୍କୁଟିରେ ଯାଉଥିବାବେଳେ ପାଣି ଟ୍ୟାଙ୍କର ଦୁର୍ଘଟଣା ଘଟାଇଥିଲା । ଏବଂ ସେମାନେ ଆହତ ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଭଦ୍ରକ କଲେଜକୁ +୩ କମ୍ପ୍ୟୁଟର ସାଇନ୍ସ ଦ୍ୱିତୀୟ ବର୍ଷ ସ୍ନାତକର ଛାତ୍ରୀ ଆଦ୍ୟାଶା ପଣ୍ଡା ଓ ଆୟେଶା ମିର୍ଜା ନାମ୍ନୀ ୨ ଜଣ ଛାତ୍ରୀ ଏକ ସ୍କୁଟିରେ ଆସୁଥିବା ସମୟରେ କଲେଜ ମୁଖ୍ୟ ଗେଟ୍ ନିକଟରେ ପିଏଚ୍‌ଡିର ପାଣି ଟ୍ୟାଙ୍କର ଦୁର୍ଘଟଣା ଘଟାଇଥିଲା । ଫଳରେ ଦୁଇ ଛାତ୍ରୀ ଆହତ ହେବାରୁ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ଫାଟକକୁ ତାଲା ପକାଇ ପାଣି ଟ୍ୟାଙ୍କରକୁ ଭଙ୍ଗାରୁଜା କରିଥିଲେ । ପରେ ଖବର ପାଇ ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ଆଇଆଇସି ଉମାଶଙ୍କର ନାୟକ, ଭଦ୍ରକ ତହସିଲଦାର ପହଞ୍ôଚ ଡାକ୍ତରଖାନାରେ ଚିକିତ୍ସିତ ଛାତ୍ରୀଙ୍କ ସମସ୍ତ ଖର୍ଚ୍ଚ ଓ କ୍ଷତିଗ୍ରସ୍ତ ସ୍କୁଟିର କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.