Home ଜିଲ୍ଲା ପରିକ୍ରମା ସ୍ମଲେସଟ୍ ଫଙ୍କସନାଲ ରେଫ୍ରିଜେଟ୍‌ର ତିଆରି କରି ଚର୍ଚ୍ଚାରେ ଭଦ୍ରକ ଜିଲ୍ଲାର ପୁଅ, ଇଣ୍ଡିଆ ବୁକ୍ ଅଫ୍...

ସ୍ମଲେସଟ୍ ଫଙ୍କସନାଲ ରେଫ୍ରିଜେଟ୍‌ର ତିଆରି କରି ଚର୍ଚ୍ଚାରେ ଭଦ୍ରକ ଜିଲ୍ଲାର ପୁଅ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନିତ କମଳ କିଶୋର

87

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା କାଳରେ ବଦଳିଯାଇଛି ଜୀବନର ପରିଭାଷା । ଭାଇରସ ଭୟରେ ସମସ୍ତେ ରୁନ୍ଧି ହୋଇଗଲେଣି । ସବୁ ସ୍ଥାନରେ ଏବେ ମଣିଷଙ୍କ ବ୍ୟତୀତ କୋଭିଡ୍ ଟୀକା ନିଜର ଉପସ୍ଥିତ ଜାହିର କରୁଛି । କାରଣ ଏହା ମହାମାରୀ କାଳରେ ଜୀବନ ରକ୍ଷା କରିବା ପାଇଁ ଏହା କେବଳ ମାତ୍ର ପ୍ରତିଷେଧକ । ହେଲେ ଏହାର ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ତାପମାତ୍ରା ବିଭିନ୍ନ ଅପଞ୍ଚ ସ୍ଥାନରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ । କମ୍ ଟଙ୍କାରେ ସ୍ମଲେସଟ ଫଙ୍କସନାଲ ରେଫ୍ରିଜେଟର ତିଆରି କରି ଏବେ ଚର୍ଚ୍ଚାରେ ଭଦ୍ରକ ଜିଲାର ଓଡ଼ିଆ ପୁଅ କମଳ କିଶୋର ମାଝୀ । ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପୁର ଅଂଚଳର କୃଷ୍ଣଚନ୍ଦ୍ର ମାଝୀ ଓ କୁନ୍ତଳା ମାଝୀଙ୍କ ବଡପୁଅ କମଳ କିଶୋର ମାଝୀ । ବର୍ତ୍ତମାନ ସେ ବିଟେକ୍ ଦ୍ୱିତୀୟ ବର୍ଷର ଛାତ୍ର । ତେବେ ସଂପ୍ରତି କରୋନା କାଳରେ ଜୀବନ ରକ୍ଷା ପାଇଁ ଜାରି ରହିଥିବା ଟୀକାକରଣରେ ମୁଖ୍ୟ ସମସ୍ୟା ଏହାର ସଂରକ୍ଷଣ । ଏହାକୁ ଦୃଷ୍ଟିରେ ରଖି କମଳ ଆରମ୍ଭ କରିଥିଲେ ସମାଧାନର ସୂତ୍ର । ଯାହାକି ଏବେ ସଫଳ ହୋଇଛି । ସେତିକି ନୁହେଁ, ଏଥିସହ ଯୋଗଡି ହୋଇଯାଇଛି ଭାରତର ସର୍ବ କ୍ଷୁଦ୍ର ଶୀତଳୀକରଣ ପ୍ରକ୍ରିୟାକରଣର ଉଦ୍ଭାବନ । ଏଥିପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନିତ ହୋଇଛନ୍ତି କମଳ କିଶୋର । ମେସିନ୍‌ଟି ଅତ୍ୟନ୍ତ ଛୋଟ ହୋଇଥିବାରୁ ଏହା ବ୍ୟବହାର, ପରିବହନ ଓ ରକ୍ଷଣାବେକ୍ଷଣ ପାଇଁ ସହଜ । ଏହା ଅପହଞ୍ଚ ତଥା ବିଦ୍ୟୁତ୍ ଯୋଗାଣ ନଥିବା ଅଂଚଳରେ ବ୍ୟାଟେରୀ ମାଧ୍ୟମରେ ମଧ୍ୟ ଚାର୍ଜ କରି ହେବ । ଯାହାକି କୋଭିଡ୍ ଟୀକାକୁ ଉଦ୍ଦିଷ୍ଟ ତାପମାତ୍ରା ସହ ଅପହଞ୍ଚ ଅଂଚଳରେ ସଂରକ୍ଷଣ କରିବା ପାଇଁ ଏକ ଉତ୍କୃଷ୍ଟ ମାଧ୍ୟମ ହୋଇପାରିବ । ମାତ୍ର ହଜାରେରୁ ପନ୍ଦର ଶହ ଟଙ୍କାରେ ଉପଲବ୍ଧ ହୋଇପାରିବ ଏହି ସ୍ମଲେସଟ୍ ଫଙ୍କସନାଲ ରେଫ୍ରିଜେଟର । ଯାହାକୁ ପ୍ରସ୍ତୁତ କରିବା ପାଇଁ ଆଲୁମିନିୟମ୍ ସିଟ୍‌, ଥର୍ମେକୋଲ, ହିଟ୍ ସିଙ୍କ୍‌, ୧୨ ଭୋଲ୍ଟ ଏମ୍ପଲିଫାୟାର, ଥର୍ମ ଇଲେକ୍ଟ୍ରିକାଲ, ମଡ୍ୟୁଲ, ବ୍ରସଲେସ୍ କୁଲିଙ୍ଗ୍ ଫ୍ୟାନ୍‌, ସେଫଟି ଗ୍ରୀଲ, ସକେଟ୍‌, ଡବଲ ସାଇଡ୍ ଟେପ୍‌, ଏଲିଡି ଆଦି ଉପକରଣ ।

ଭାଇର ଏହି କାର୍ଯ୍ୟ ତାଙ୍କୁ ବେଶ୍ ପ୍ରଭାବିତ କରିଛି ଏବଂ ସେ ବେଶ୍ ଖୁସି ବୋଲି କହିଛନ୍ତି କମଲଙ୍କ ଭାଇ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର କାନୁନ୍ କୁମାର ମାଝୀ । ଲକଡାଉନ୍ କାଳରେ ଜୀବନ ସଟଡାଉନ୍ । ହେଲେ ପ୍ରତିଭାମାନଙ୍କ ପାଇଁ ନେଇଆସିଛି ସୁଯୋଗର ସମ୍ଭାର । ପୁଅର ଏହି ପ୍ରୟାସରେ ବାପା ଓ ମା ମଧ୍ୟ ବେଶ୍ ଖୁସି । ବଡ ପୁଅ ବିଟେକ୍ ଦ୍ୱିତୀୟ ବର୍ଷର ଛାତ୍ର କମଲ କିଶୋର ମାଝୀ ପୂର୍ବରୁ ମିନି ଭାକ୍ୟୁମ୍ କ୍ଲିନର, ଫୁଯ୍ ସାନିଟାଇଜର ଆଦି ସାମଗ୍ରୀର ପ୍ରସ୍ତୁତ କରିଛନ୍ତି । ତେବେ ପୁଅ ଯେଉଁ ନୂଆ ନୂଆ ଡିଭାଇସ୍ ତିଆରି କରୁଛି, ତାହାର ବିଜ୍ଞାପନ ସମ୍ମତ କାରଣକୁ ନଜରରେ ରଖି କରୁଛି । ଯାହାକି ତୁଳସୀ ଦୁଇପତ୍ରରୁ ବାସିବା ପରି । ଏହି ମେସିନ୍ ମାଧ୍ୟମରେ ତ୍ୱରିତ ଏବଂ ନିରାପଦ ଭାବେ କୋଭିଡ୍ ଟୀକାକରଣ ସହ ବିଭିନ୍ନ ଆବଶ୍ୟକ କାର୍ଯ୍ୟ କ୍ଷେତ୍ରରେ ବ୍ୟବହାର କରିହେବ । କେବଳ ସରକାର ଏଥିପ୍ରତି ଗୁରୁତ୍ୱ ଦେଲେ ତାହା ସର୍ବ ଆଦୃତ ହୋଇପାରିବ ବୋଲି କମଲଙ୍କ ମା’ କହିଛନ୍ତି । ଏଥିସହ ତାଙ୍କ ସାଙ୍ଗସାଥୀ ଓ ପଡୋଶୀ ମାନେ ମଧ୍ୟ ଏନେଇ ବେଶ୍ ପ୍ରଶଂସା କରିଛନ୍ତି । କେବଳ ସରକାର ଏଥିପ୍ରତି ଗୁରୁତ୍ୱ ପ୍ରଦାନ କଲେ ତାହା ସର୍ବ ଆଦୃତ ହୋଇପାରିବ ବୋଲି କମଲଙ୍କ ପଡୋଶୀ ମଧ୍ୟ କହିଛନ୍ତି । ଘରେ ରହି ସମୟକୁ ଅପଚୟ ନକରି ଛାତ୍ର ଜଣଙ୍କର ଏହିପରି ପ୍ରୟାସ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ । ବିଜ୍ଞାନ ସମ୍ମତ ଏହି ମେସିନ୍‌କୁ ତର୍ଜମା କରି ବହୁଳ ଭାବରେ ବ୍ୟବହାର ହୋଇପାରିବ । ଏନେଇ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ, ଏହିପରି ପ୍ରତିଭା ଆହୁରି ବିକଶିତ ହୁଅନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.