Home ଓଡ଼ିଶା ଲୁଟ୍ ଅଭିଯୋଗରେ ଚାନ୍ଦପୁର ପୋଲିସ୍ ଦ୍ୱାରା ୩ ଯୁବକ କୋର୍ଟ ଚାଲାଣ

ଲୁଟ୍ ଅଭିଯୋଗରେ ଚାନ୍ଦପୁର ପୋଲିସ୍ ଦ୍ୱାରା ୩ ଯୁବକ କୋର୍ଟ ଚାଲାଣ

74

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୬-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ୍ ଡକାୟତି ଅଭିଯୋଗରେ ୩ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ସେମାନଙ୍କଠାରୁ ନଗଦ ୧୨ଶହ ଟଙ୍କା, ୨ଟି ଭୁଜାଲି, ଗୋଟିଏ ସ୍କୁଟି ଓ ଗୋଟିଏ ମୋଟର ସାଇକେଲ୍ ଜବତ କରାଯାଇଛି । ଜାମିନ୍ ନାମଂଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଗତ ୧୨ ତାରିଖ ଅପରାହ୍ନ ୩ ଘଟିକା ସମୟରେ ରାଇପଡା ଗ୍ରାମ ପଂଚାୟତ ଅର୍ଜୁନପୁର ଗ୍ରାମର ଭାରତୀ ବେହେରା ନିଜ ପୁଅର ଜନ୍ମଦିନ ପାଳନ ପାଇଁ ଚାନ୍ଦପୁର ଏ.ଟି.ଏମ୍ ରୁ ୮ଶହ ଟଙ୍କା ଉଠାଇ ଘରକୁ ଫେରୁଥିଲେ ।

ରାଇପଡା କ୍ରସର ପାଖରେ ୩ଜଣ ଦୁର୍ବୁତ୍ତ ଭୁଜାଲି ଦେଖାଇ ତାଙ୍କ ପାଖରେ ଥିବା ଏକ ହଜାର ଟଙ୍କା ଓ ସ୍କୁଟି ଗାଡି ଛଡାଇ ନେଇ ପଳାଇ ଯାଇଥିଲେ । ସଟ୍‌ଡାଉନ୍ ଯୋଗୁଁ ରାସ୍ତାରେ ଚଳ ପ୍ରଚଳ ନଥିବା ଲୁଟେରା ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟିଛି । ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଧନେଶ୍ୱର ନାହାକଙ୍କ ନିର୍ଦ୍ଧେଶ କ୍ରମେ ସବ୍ ଇନିସ୍‌ପେକ୍ଟର ଏସ୍‌.ଏସ୍‌. ହାରୋ ତଦନ୍ତ ଦାୟିତ୍ୱ ନେଇଥିଲେ । ପ୍ରଥମେ ନୟାଗଡଠାରେ ଚୋରି ହୋଇଥିବା ସ୍କୁଟି ସହିତ ଅଭିଯୁକ୍ତ କାଂଚନବେଲି ଗ୍ରାମର ଜଗା ନାୟକଙ୍କୁ ପୋଲିସ୍ ଅଟକ ରଖିଥିଲା । ପରେ ପରେ ଗୋଡିଗୋଡା ଗ୍ରାମର ରାମକୃଷ୍ଣ ନାୟକ ଓ ଗୋଡିସାହି ର ବାଦଲ ଭୁୟାଁଙ୍କୁ ପୋଲିସ୍ ଗିରଫ କରିଥିଲା । ୩ଜଣ ଅଭିଯୁକ୍ତ ନୟାଗଡ ସଦର ଥାନା ଅଁଚଳର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.