Home ଓଡ଼ିଶା ବାଘଛାଲ ବିକ୍ରି କରୁଥିବା ବେପାରୀ ନିଜେ ଶିକାରୀ କି ?           

ବାଘଛାଲ ବିକ୍ରି କରୁଥିବା ବେପାରୀ ନିଜେ ଶିକାରୀ କି ?           

124

ନୟାଗଡ୧୫/୦୬-(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/ନୟାଗଡ ଜିଲ୍ଲା ରଣପୁର ବନାଂଚଳରେ ବାଘ ଶିକାରକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଚାଲିଥିଲା କ୍ରାଇମ୍‌ବ୍ରାଂଚ ର ସ୍ପେସାଲ ଟାକ୍ସ ଫୋର୍ସ ଚାନ୍ଦପୁର ଥାନା ବନ୍ଧମୁଣ୍ଡା ଗ୍ରାମର ଲକ୍ଷ୍ମୀଧର ନାୟକକୁ ବାଘଛାଲ ବିକ୍ରି କରୁଥିବା ସମୟରେ ଗିରଫ କରିଥିଲା। ତାଠାରୁ ୨ଟି ବାଘ ଛାଲ, ବାଘ ନିଶ, ବାଘ ଦାନ୍ତ ଜବତ କରାଯାଇଥିଲା। କିନ୍ତୁ ସନ୍ଦେହ ଥିଲା ଲକ୍ଷ୍ମୀଧର ନିଜେ ଶିକାରୀ ନା ବାଘଛାଲ ବେପାରୀ। ଶେଷରେ ସେହି ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମ୍‌ବ୍ରାଂଚ ସ୍ପେସାଲ ଟାକ୍ସ ଫୋର୍ସ।

ବାଘଛାଲ ବେପାର କରୁଥିବା ଅଭିଯୋଗରେ ଗିରଫ କରିଥିବା ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ ନିଜେ ମୃତ ବାଘ ଦେହରୁ ଛାଲ ଉତାରୁଛନ୍ତି ଓ ବାଘ ନିଶ ଓ ଦାନ୍ତ ବାହାର କରୁଛନ୍ତି ଏବଂ ଏହି ଘଟଣାରେ ଆଉ ୨ ରୁ ୩ ଜଣ ସମ୍ପୃକ୍ତ ଥିବା ମିଳିଥିବା ଫଟୋ ଚିତ୍ରରୁ ଜଣା ପଡୁଛି। ତେଣୁ କ୍ରାଇମ୍‌ବ୍ରାଂଚ ସ୍ପେସାଲ ଟାକ୍ସ ଫୋର୍ସ ଟିମ୍ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଚଲାଇଛି। ଘଟଣାଟି ରଣପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଜୀବ ପ୍ରେମୀମାନେ ବନ ବିଭାଗର ବାଘ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ ପ୍ରକଟ କରୁଛନ୍ତି। ଏ ସମ୍ପର୍କେ ଖୋର୍ଦ୍ଧା ଡି-ଏଫ୍‌-ଓ ଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ତଦନ୍ତ ଚାଲିଛି ବନ ବିଭାଗର କେହି ସମ୍ପୃକ୍ତ ଥିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.