Home ଜିଲ୍ଲା ପରିକ୍ରମା ଲାୟନ୍ସ କ୍ଲବ ଭଦ୍ରକାଳୀ ଡିଭାଇନ୍‌ର ପ୍ରତିଷ୍ଠା ଦିବସ

ଲାୟନ୍ସ କ୍ଲବ ଭଦ୍ରକାଳୀ ଡିଭାଇନ୍‌ର ପ୍ରତିଷ୍ଠା ଦିବସ

34

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂସ୍କୃତି ଭବନ ପରିସରରେ ଭଦ୍ରକାଳୀ ଡିଭାଇନ ଲାୟନ୍ସ କ୍ଲବ୍‌ର ନୂତନ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ନିରାଡମ୍ବର ଭାବେ କୋଭିଡ୍ ନିୟମ କଟକଣା ମଧ୍ୟରେ ସଂପନ୍ନ ହୋଇଯାଇଛି । ପ୍ରାକ୍ତନ ଲାୟନ୍ସ ଗଭର୍ଣ୍ଣର ପ୍ରକାଶ କୁମାର ଜେନା କର୍ମକର୍ତ୍ତାମାନଙ୍କର ଦାୟିତ୍ୱ ବିଷୟରେ ଅବଗତ କରାଇ ସେମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାର ଶପଥ କରାଇଥିଲେ । ବିଦାୟୀ ସଭାପତି ଲାୟନ ସତ୍ୟେନ୍ଦୁ ରାୟ ମହାପାତ୍ରଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ଏହି ସଭାରେ ଅନ୍ୟତମ ପ୍ରାକ୍ତନ ଲାୟନ୍ସ ଗଭର୍ଣ୍ଣର ପ୍ରଫୁଲ୍ଲ ସାମଲ ମୁଖ୍ୟବକ୍ତା ଭାବେ ଯୋଗଦେଇ ଲାୟନ୍ସ କ୍ଲବ୍‌ର ସଭ୍ୟମାନଙ୍କ ଗୁରୁଦାୟିତ୍ୱ ଓ ସାମାଜିକ ପ୍ରତିବନ୍ଧତା ଉପରେ ବିଶେଷ ଆଲୋକପାତ କରିଥିଲେ । ଏହି ଉତ୍ସବରେ ନୂତନ ଭାବେ କ୍ଲବ୍‌ରେ ଯୋଗ ଦେଇଥିବା ତିଳୋତ୍ତମା ପଣ୍ଡା, ପଦ୍ମନ ରାୟ, ସଂଜୀବ ନାୟକ, ପ୍ରମୋଦ ରାୟ, ଅମର ମହାନ୍ତି ଓ ଡାକ୍ତର ହରେକୃଷ୍ଣ ନାୟକ ଲାୟନବାଦର ଶପଥ ଗ୍ରହଣ କରିଥିଲେ । ସର୍ବପ୍ରଥମେ ଲାୟନ ଗୀତାଞ୍ଜଳି ଦ୍ୱିବେଦୀ ପରମେଶ୍ୱରଙ୍କ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିଥିଲେ । ଶାନ୍ତି ପ୍ରାର୍ଥନା ଲାୟନ ଅମର ମହାନ୍ତି ଓ ଧୂଜ ବନ୍ଦନା ଲାୟନ ପଦ୍ମନ ରାୟ ପାଠ କରିଥିଲେ । ଲାୟନ ସୁଶାନ୍ତ ସାହୁ ଏବଂ ଲାୟନ ତିଳୋତ୍ତମା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ଭାବେ ଲାୟନ ବୈଲୋଚନ ବେହୁରିଆ, ସଂପାଦକ ଲାୟନ ସୁଶାନ୍ତ ସାହୁ ଓ କୋଷାଧ୍ୟକ୍ଷ ଭାବେ ସନ୍ତୋଷ ପତି ଦାୟିତ୍ୱ ନେଇଥିଲେ । ଏହି ଅବସରରେ ବିଶିଷ୍ଟ ସମାଜସେବୀ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶାନ୍ତନୁ ରାଉତଙ୍କୁ କ୍ଲବ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡାକ୍ତର ଲାୟନ ହରେକୃଷ୍ଣ ନାୟକ ଲାୟନ୍ସ କ୍ଲବ୍‌ରେ ଯୋଗଦାନ କରିବାର ଉଦ୍ଦେଶ୍ୟ ଉପରେ ନିଜର ମତ ରଖିଥିଲେ । ଶେଷରେ ଜାତୀୟ ସଂଗୀତ ଗାନ ସହ ସଭା ସାଙ୍ଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.