Home ଜିଲ୍ଲା ପରିକ୍ରମା ଭଦ୍ରକ ଲାୟନ୍ସ କ୍ଲବ୍ ଓ ଆରୋଗ୍ୟମ୍ କ୍ଲିନିକ୍‌ର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଭଦ୍ରକ ଲାୟନ୍ସ କ୍ଲବ୍ ଓ ଆରୋଗ୍ୟମ୍ କ୍ଲିନିକ୍‌ର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

24

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଲାୟନ୍ସ କ୍ଲବ୍ ଓ ଆରୋଗ୍ୟମ୍ କ୍ଲିନିକ୍‌ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ସ୍ଥାନୀୟ ପ୍ରଜାପତି କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ହୋଇଛି । ଏଥିରେ ଭୁବନେଶ୍ୱର ଏମସ୍‌ର କ୍ୟାନସର ବିଭାଗ ଡାକ୍ତର ଜ୍ୟୋତିରଂଜନ ସ୍ୱାଇଁ, କିମସ୍‌ର କାର୍ଡିଅଲୋଜିର ଡାକ୍ତର ଚନ୍ଦନ ରାୟ ମହାପାତ୍ର, କଳିଙ୍ଗ ହସ୍‌ପିଟାଲର ଗ୍ୟାଷ୍ଟ୍ରୋଲୋଜିର ଡାକ୍ତର ଅନନ୍ତ ଅଗସ୍ତି, ଭଦ୍ରକ ହସ୍‌ପିଟାଲର ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶୋଭନା ସେଠ୍‌, ଗଂଜାମ ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନାର ଗ୍ୟାଷ୍ଟ୍ରାଲୋଜିର ଡାକ୍ତର ମୋନାଲିସା ପାଲ୍ ପ୍ରମୁଖ ଯୋଗଦେଇ ୩୨୫ ଜଣଙ୍କୁ ମାଗଣା ଚିକିତ୍ସା ଓ ଔଷଧ ବଣ୍ଟନ କରିଥିଲେ । ଏଥିରେ ଭଦ୍ରକ ଲାୟନ୍ସ କ୍ଲବ୍‌ର ସଭାପତି ଅଶୋକ ମହାନ୍ତି, ପ୍ରକାଶ ଜେନା, ନିରଂଜନଲାଲ ଗୁପ୍ତା, ଗୋବିନ୍ଦ ପ୍ରସାଦ ମୋର୍‌, ଓମ୍ ପ୍ରକାଶ ଗୁପ୍ତା, ସୁଭ୍ରକାଶ ନାୟକ, ସରୋଜ ଦାସ, ପ୍ରୀତିରଂଜନ ଦାସ, ଦଳଜିତ୍ ସିଂ, ଅଶୋକ ପଟ୍ଟନାୟକ, ଶରତ ମହାନ୍ତି, ଦେବାନନ୍ଦ ତିୱାରୀ, ଗୀତାଞ୍ଜଳି ମହାନ୍ତିଙ୍କ ସମେତ ଆରୋଗ୍ୟମ୍ କ୍ଲିନିକ୍‌ର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.