Home ଜିଲ୍ଲା ପରିକ୍ରମା ପୂର୍ବତନ ସାଂସଦ ଧରଣୀଧର ଜେନାଙ୍କ ବିଧବା ପତ୍ନୀଙ୍କୁ ମିଳିଲା ପାରିବାରିକ ଭତ୍ତା

ପୂର୍ବତନ ସାଂସଦ ଧରଣୀଧର ଜେନାଙ୍କ ବିଧବା ପତ୍ନୀଙ୍କୁ ମିଳିଲା ପାରିବାରିକ ଭତ୍ତା

59

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୩୭ବର୍ଷ ପରେ ସାଂସଦ ସ୍ୱର୍ଗତ ଧରଣୀଧର ଜେନାଙ୍କ ବିଧବା ପତ୍ନୀଙ୍କୁ ମିଳିଲା ପରିବାର ଭତା । ଭଦ୍ରକର ପ୍ରଥମ ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରଚେଷ୍ଟା ଫଳରେ ଏହି ଭତା ମିଳିଥିବା ଜଣାଯାଇଛି । ସୂଚନାଯୋଗ୍ୟଯେ ସ୍ୱର୍ଗତ ଧରଣୀଧର ଯେନା ସଂସଦରେ ୧୯୬୭ରୁ ୧୯୭୧ ମସିହା ଯାଏ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ପାରିବାରିକ ମାସିକ ଭତା ମଞ୍ଜୁର ହୋଇନଥିଲା । ଏ ସମ୍ପର୍କରେ ଖବର ପାଇ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ତାଙ୍କୁ ବକେୟା ସହ ପାରିବାରିକ ଭତା ମଞ୍ଜୁର ପାଇ ପ୍ରଚେଷ୍ଟା ଆରମ୍ଭ କରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ଭଦ୍ରକ ସହର ବାଇପାସ ଛକ ସ୍ଥିତ ଦିବ୍ୟଜ୍ୟୋତି ସାରସ୍ୱତ ମଣ୍ଡପ ଠାରେ ପବିତ୍ର ସ୍ୱାଧିନତା ଦିବସ ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାଂସଦମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ କୁମାର ମଲ୍ଳିକ ଏବଂ ଧାମନଗର ପୂର୍ବତନ ବିଧାୟକ ମୂକ୍ତିକାନ୍ତ ମଣ୍ଡଳ, ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବିଜେଡ଼ି ଜିଲ୍ଳା ସଭାପତି ଜଗନ୍ନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଧରଣୀଧର ଯେନାଙ୍କ ବିଧବା ପତ୍ନୀ ବାସନ୍ତି ପ୍ରଭାଙ୍କୁ ବକେୟା ଭତା ପ୍ରଦାନ କରିଥିଲେ । ସାଂସଦଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.