Home ଓଡ଼ିଶା ଲାଲ ଗଡରେ ଲାଲବାହିନୀର ସହିଦ ଗୃହ ଓ ପାଠଶାଳା

ଲାଲ ଗଡରେ ଲାଲବାହିନୀର ସହିଦ ଗୃହ ଓ ପାଠଶାଳା

75

ମାଲକାନଗିରି, ୪ା୧୧ (ଓଡିଆ ପୁଅ )ଗତ ଦୁଇଦିନତଳେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡ.ବି.ବି.ଶର୍ମା ମାଲକାନଗିରି ଗସ୍ତରେ ଆସି ମାଓସମସ୍ୟା ସଂପର୍କରେ ସମୀକ୍ଷା କରିବା ସହିତ ସ୍ୱାଭିମାନ ଅଞ୍ଚଳକୁ ମାଓମୁକ୍ତ ଅଞ୍ଚଳ କରାଯିବ ବୋଲି କହିଥିବା ବେଳେ ମାଲକାନଗିରି ଜିଲ୍ଲାସ୍ଥ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡରେ ଲାଲବାହିନୀ ନିର୍ମାଣ କରିଛନ୍ତି ସହିଦ ସ୍ମାରକି ଗୃହ ଓ ପାଠଶାଳା। ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ରାମଗୁଡା ମାଓପ୍ରବଣ ଅଞ୍ଚଳରେ ମାଓବାଦୀ ମାନେ ରାମଗୁଡା ଏନକାଉଣ୍ଟରରେ ମୃତ ମାବାଦୀ ମାନଙ୍କ ପାଇଁ ସ୍ୱତନ୍ତ୍ରଭାବେ ସହିଦସ୍ମାରକି ଗୃହ ନିର୍ମାଣ କରି ସେଥିରେ ମୃତ ମାଓବାଦୀଙ୍କ ଫଟୋଚିତ୍ର ସେମାନଙ୍କ ଜୀବନୀ ସଂପର୍କରେ ଏକ ଲାଇବ୍ରେରୀ କରିବା ସହିତ ମାଓସଂଗଠନ ରେ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ମାନଙ୍କ ପାଇଁ ଏକ ପାଠଶାଳା ସ୍ଥାପନ କରିଥିବାର ଜଣାପଡିଛି। ଚିତ୍ରକୋଣ୍ଡା, ଜାନବାଇ, ବଡପଡା, ଗାଜଲମାମୁଡି ସ୍ୱାଭିମାନ ଅଞ୍ଚଳରେ ମାଓଦମନ ପାଇଁ ସ୍ୱତନ୍ତ୍ର ଭାବେ ବିଏସଏଫ କ୍ୟାମ୍ପପ୍ରତିଷ୍ଟା କରାଯାଇଥିଲେ ମଧ୍ୟ ଏହାକୁ ଭୃକ୍ଷେପ ନକରି ମାଓବାଦୀ ମାନେ ଖୋଲମ ଖୋଲାଭାବେ ପୁଲିସଙ୍କୁ ଚ୍ୟାଲେଞ୍ଜ ଦେଇ ସିମେଣ୍ଟ ଇଟାରେ ସହିଦ ଗୃହ ନିର୍ମାଣ କରି ଲାଲରଙ୍ଗ ଦେଇ ରାମଗୁଡା ସହିଦସ୍ମାରକୀ ଗୃହ ଓ ପାଟଶାଳା ଭାବେ ନାମିତ କରିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.