Home ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି ଉନ୍ନୟନ ସଚିବ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ, ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟସମୀକ୍ଷା

ଖାଦ୍ୟ ଯୋଗାଣ ଓ ଖାଉଟି ଉନ୍ନୟନ ସଚିବ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ, ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟସମୀକ୍ଷା

155

ମାଲକାନଗିରି, ୪ା୧୧ (ଓଡିଆ ପୁଅ ) ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟ ଉନ୍ନୟନ ସଚିବ ତଥା ମାଲକାନଗିରି ଜିଲ୍ଲାର ନୋଡାଲ ସଚିବ ଦାଇତ୍ୱରେ ଥିବା ବରିଷ୍ଟ ଆଇଏଏସ ଅଫିସର ବୀରବିକ୍ରମ ଯାଦବ ଆଜି ମାଲକାନଗିରି ଜିଲ୍ଲାଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଗୋବିନ୍ଦପାଲି ଅଞ୍ଚଳରେ ନିର୍ମାଣ ହୋଇଥିବା ବିଜୁ ପକାଗୃହ, ତଳଗଡିଆଲି ବିଦ୍ୟାଳୟରେ ଜଳସଂରକ୍ଷଣ ପ୍ରକଳ୍ପ, ସୁଗ୍ରିଗୁଡା, ପେଦାଗୁଡା, ହାଇଲେବ ବ୍ରିଜ, ଲମତାଗୁଡା ଗ୍ରାମରେ ପୃଷ୍ଟିବଗୀଚା, ଆଶ୍ରମ ବିଦ୍ୟାଳୟ, କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସୋମନାଥପୁର କୁମ୍ଭାରଗୁଡା ଗ୍ରାମବାସୀ ଓ ଖାଉଟି ମାନଙ୍କ ସହିତ ପିଡିଏସ ଚାଉଳ, କିରୋସିନି, ଗହମ ଯୋଗାଣ ସଂପର୍କରେ ଆଲୋଚନା କରିଥିଲେ। ବାଲିମେଳା ଆହର କେନ୍ଦ ୍ରପରିଦର୍ଶନ କରି ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଅପରାହ୍ନରେ ମାଲକାନଗିରି ଡିଆରଡିଏ ସଭାଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟସଂପର୍କରେ ସମୀକ୍ଷା କରିବାସହ ୫-ଟି ଓ ମୋ ସରକାର ଯୋଜନା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ। ସଚିବ ଶ୍ରୀ ଯାଦବ ଙ୍କ ସହିତ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଏସପି ରିଶିକେଶ ଖିଲାରୀ ଡି, ଡିଏଫଓ ପ୍ରଦୀପ ଦେବଦାସ ମିରସେ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ପିଏ ଆଇଟିଡିଏ ଖୀରାଦ୍ଧି ବେହେରା, ଡିଆରଡିଏ ଏପିଡି ମାନସ ମିଶ୍ର, ପୂର୍ତଗୃହ ନିର୍ମାଣ ବିଭାଗ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ, ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ପଣ୍ଡା, ମାଲକାନଗିରି ବିଡିଓ ଡ. ଗୁଣନିଧି ନାୟକ, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ, ଜିଲ୍ଲା ମତ୍ସଅଧିକାରୀ ଙ୍କ ସହିତ ଅନ୍ୟାନ୍ୟ ବିଡିଓ, ଜିଲ୍ଲାସ୍ତର ଓ ବ୍ଲକସ୍ଥର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.