Home ଓଡ଼ିଶା ସଡ଼କ ଦୁର୍ଘଟଣାରେ ତିନି ଗୁରୁତର

ସଡ଼କ ଦୁର୍ଘଟଣାରେ ତିନି ଗୁରୁତର

57

ଭୁବନେଶ୍ଵର,୦୫/୧୧,(ଓଡ଼ିଆ ପୁଅ ପି ନାୟକ):ରାଜଧାନୀ ଭୁବନେଶ୍ଵର ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଘଟଣା ଘଟିଛି ଏଥି ଛକ ନିକଟରେ । ଫଳରେ ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨.୩୦ବେଳେ ଗୋଟିଏ କାର୍‌ ରବୀନ୍ଦ୍ର ମଣ୍ଡପ ଆଡୁ ଯାଉଥିବାବେଳେ ଅନ୍ୟଟି ରାଜମହଲ ଆଡୁ ଯାଉଥିଲା। ଦୁଇଟି ଯାକ ଗାଡ଼ି ଦୃତ ଗତିରେ ଚାଲୁଥିବା ହେତୁ  ଉଭୟ ମୁହାଁ ମୁହିଁ ହୋଇଥିଲେ । ଏହି ଘଟଣା ପରେ  ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ୩ ଜଣ ଆହତଙ୍କୁ ଭୁବନେଶ୍ୱର ଆପୋଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆଉ ଜଣଙ୍କୁ କଟକ ନିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.