Home କଳାହାଣ୍ଡି ଲାଣ୍ଡିମୁଣ୍ଡି ପାହାଡରେ ପଥର ବ୍ଲାଷ୍ଟିଂ ନେଇ ଗ୍ରାମବାସୀଙ୍କ ଉତେଜନା,ତଦନ୍ତ ଦାବୀ

ଲାଣ୍ଡିମୁଣ୍ଡି ପାହାଡରେ ପଥର ବ୍ଲାଷ୍ଟିଂ ନେଇ ଗ୍ରାମବାସୀଙ୍କ ଉତେଜନା,ତଦନ୍ତ ଦାବୀ

98

କଳାହାଣ୍ଡି – ୨୭/୧୦/୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅନ୍ତର୍ଗତ ମତୁଆଲ ଗୁଡା ନିକଟସ୍ଥ ଲାଣ୍ଡିମୁଣ୍ଡି ପାହାଡ ଉପରେ ପଥର ବ୍ଲାଷ୍ଟିଂକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ଗତକାଲି ଶନିବାର ରାତ୍ର ପ୍ରାୟ ଆଠ ଟା ସମୟରେ ଶକ୍ତିଶାଳୀ ବିସ୍ଫୋରଣ ହୋଇ ନିକଟସ୍ଥ କାଶୀବାହାଲ ଆମ୍ବଗଛ ପଡା ରେ ଅନେକ ଘରଦ୍ୱାର ଫାଟିଯିବା ସଗିତ ଭୂମିକମ୍ଫ ହେବା ଭଲି ହୋଇଥିବା ଏବଂ ଗ୍ରାମବାସୀ ଭ୍ୟଭୀତ ହୋଇଡିଥିବା ଅଭିଯୋଗ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀଥିଲା ଯେ, ପ୍ରାୟ ଦେଢ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଥିବା କାଶୀବାହାଲ, ମତୁଆଲଗୁଡା, ଭୂର୍ଷୀଗୁଡା ଆଦି ଅନେକ ଗ୍ରାମ ରେ କମ୍ପନ ସୃଷ୍ଟି ହୋଇଥିବା ଗ୍ରାମବାସୀମାନଙ୍କ ଦ୍ୱାରା ଅଭିଯୋଗ ହୋଇଛି । ରବିବାର ସକାଳୁ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଏହି ଲାଣ୍ଡିମୁଣ୍ଡି ପାହାଡ ରେ ରୁଣ୍ଡ ହୋଇ ପ୍ରତିବାଦ ଜଣାଇଛନ୍ତି । ଘଟଣାସ୍ଥଳରେ ଜୟପାଟଣା ତହସିଲଦାର ପହଂଚିବା ପରେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରି ଗ୍ରାମବାସୀମାନେ ତହସିଲଦାରଙ୍କୁ ଘେରାଉ କରିଥିଲେ ।
ଘଟଣାରୁ ପ୍ରକାଶ ଯେ, ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲ ପାଶ୍ୱର୍ରେ ଏକ ପଥର କ୍ରସର ସ୍ଥାପନ କରାଯାଇ ବେଆଇନ ଭାବେ ନିକଟରେ ଥିବା ପାହାଡ ମାନଙ୍କରେ ଥିବା ପଥର ବ୍ଲାଷ୍ଟିଂ କରାଯାଉଥିବା ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଥିଲା । ଦୀପାବଳୀ ପୂର୍ବ ରାତ୍ରରେ ଏହି ପ୍ରଚଣ୍ଡ ବିସ୍ଫୋରଣ ସେହି କ୍ରସର ମାଲିକ ଏବଂ କ୍ୱାରୀ ଲିଜ ନେଇଥିବା ବ୍ୟକ୍ତି ମାନେ ହିଁ ବିସ୍ଫୋରନ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ତହସିଲଦାରଙ୍କୁ ଦାବୀ ଜଣାଇଥିବା ପ୍ରକାଶ । ଏହି ପଥର ବ୍ଲାଷ୍ଟିଂ ବେଆଇନ ଭାବେ ହୋଇଥିବା ତହସିଲଦାରଙ୍କ ସୂତ୍ରରୁ ପ୍ରକାଶ । ପୋଲିସ ସମଗ୍ର ପାହାଡକୁ ନାଲିଫିତା ବାନ୍ଧି ସିଲ କରିଦେଇ ଥିବା ବେଳେ ଏସଂପର୍କରେ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରଷଣ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.