Home ଓଡ଼ିଶା ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ ଫରେଷ୍ଟ ଅଧିକାରୀ

ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ ଫରେଷ୍ଟ ଅଧିକାରୀ

153

ନୟାଗଡ଼,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ଜଙ୍ଗଲରୁ ଜାଳେଣି କାଠ ବିକ୍ରି ପାଇଁ ୫ ହଜାର ଟଙ୍କା ଲାଂଚ ନେବା ବେଳେ  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଫରେଷ୍ଟ ଅଧିକାରୀ। ଏହି ଘଟଣାରେ ଫରେଷ୍ଟର ଓ ୱାଚର ଗିରଫ ହୋଇଛନ୍ତି ।  ନୟାଗଡ ବନଖଣ୍ଡ ପଂଚରିଡା ରେଞ୍ଜ ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଓ ୱାଚର ଜିତୁ ମଣ୍ଡଳ ଙ୍କୁ ଭୁବନେଶ୍ୱର ଭିଜିଲାନ୍ସ  ଗିରଫ କରିଛନ୍ତି । ସୂଚନା ଅନୁସାରେ, ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଓ ୱାଚର ଜିତୁ ମଣ୍ଡଳ ରଣପୁର ଥାନା ଖତିଆ ଗାଁର କୁମର ମାଝିଙ୍କୁ ଜଗନ୍ନାଥ ପ୍ରସାଦ ଜଙ୍ଗଲରୁ ଜାଲେଣୀ କାଠ ଆଣିବାକୁ ଅନୁମତି ପାଇଁ ମାସକୁ ୫ ହଜାର ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ଜଙ୍ଗଲରୁ ଜାଳେଣି କାଠ ଆଣିବାରେ ବାଧା ସୃଷ୍ଟି କରିଥିଲେ । କୁମର ଭୁବନେଶ୍ୱର ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଲାଂଚ ଦେଉଥିବା ବେଳେ ଭିଜିଲାନ୍ସ ଉଭୟଙ୍କୁ କାବୁ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.