Home ଓଡ଼ିଶା  ବିଜେପୁର ନିର୍ବାଚନ ଫଳାଫଳ; ଷଷ୍ଟ ରାଉଣ୍ଡ ଭୋଟ ଗଣତି ଶେଷ ସୁଧା ବିଜେଡି ପ୍ରାର୍ଥୀ ୩୪ହଜାର...

 ବିଜେପୁର ନିର୍ବାଚନ ଫଳାଫଳ; ଷଷ୍ଟ ରାଉଣ୍ଡ ଭୋଟ ଗଣତି ଶେଷ ସୁଧା ବିଜେଡି ପ୍ରାର୍ଥୀ ୩୪ହଜାର ୩୦୧ଆଗୁଆ

141

ଭୁବନେଶ୍ୱର/ବରଗଡ୨୪ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଜେପୁର ବିଧାନସଭା ଆସନରେ ହେଉଥିବା ଭୋଟ ଗଣତିରେ ଷଷ୍ଟ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଷଷ୍ଟ ରାଉଣ୍ଡ ରେ ବିଜେଡିର ପ୍ରାର୍ଥୀ ରୀତା ସାହୁ ସମସ୍ତ ପ୍ରାର୍ଥୀଙ୍କୁ ପଛରେ ପକାଇ ୩୪ହଜାର ୩୦୧ ଖଣ୍ଡ ଭୋଟରେ ଆଗୁଆ ଥିବା ନିର୍ବାଚନ ଅଧିକାରୀ ଠାରୁ ସୁଚନା ମିଳିଛି ସୁଚନାଯୋଗ୍ୟ-ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲ୍ ଓ ଗୋଟିଏ ରାଉଣ୍ଡ ଟେବୁଲର ବ୍ୟବସ୍ଥା କରାଯାଇଛି। ସମୁଦାୟ ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବଜରଭର୍ ରହିଛନ୍ତି। ସମଗ୍ର ଆରଏମସି ପରିସରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୧ ପ୍ଲାଟୁନ୍ ଓଏସ୍ଏପି, ୧ କଂପାନୀ ସିଆରପିଏଫ୍ ଓ ସ୍ଥାନୀୟ ପୁଲିସର ପାଟ୍ରୋଲିଂ ଦଳ ନିୟୋଜିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.