Home ଜିଲ୍ଲା ପରିକ୍ରମା ଲାଚଂନେଇ ଗାଡିଛାଡି ଦେବା ଅଭିଯୋଗରେ ଜଣେ ପୁଲିସ ଏଏସଆଇ ସହ ଦୁଇଜଣ ହୋମଗାର୍ଡ ଗିରଫ

ଲାଚଂନେଇ ଗାଡିଛାଡି ଦେବା ଅଭିଯୋଗରେ ଜଣେ ପୁଲିସ ଏଏସଆଇ ସହ ଦୁଇଜଣ ହୋମଗାର୍ଡ ଗିରଫ

89

ମାଲକାନଗିରି,୩୦ ।୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚୋରାଗଜେଂଇ ଚାଷ ଓ ଚୋରାଗଜେଂଇ ଚାଲାଣର ଭୂସ୍ୱର୍ଗ ପାଲଟିଥିବା ବେଳେ ଚୋରାଗଜେଂଇ ଚାଲାଣ ଓ ଚାଷ ରୋକିବା ପାଇଁ ଏସପି ଙ୍କ ନିର୍ଦ୍ଦେଶ କ୍ରେମ ବିଭିନ୍ନ ଥାନା ପକ୍ଷରୁ ଚଢଉ ଆରମ୍ଭ ହୋଇ ଥିବା ବେଳେ ଲାଚଂନେଇ ଗଜେଂଇ ଚାଲାଣ କାରିଙ୍କ ଗାଡିଛାଡି ଦେବା ଅଭିଯୋଗରେ ଜଣେ ପୁଲିସ ଏଏସଆଇ ଙ୍କ ସହିତ ଦୁଇଜଣ ହୋମଗାର୍ଡ ଗିରଫ ହୋଇଛନ୍ତି । ଏମିତି ଏକ ଘଟଣା ଘଟିଛି ମାଲାକନଗିରି ଜିଲ୍ଲା ମୁଦୁଲିପଡା ଥାନାରେ । ଗତ ୬ଦିନତଳେ ମୁଦୁଲିପଡା ଥାନାର ଏଏସଆଇ ନାରାୟଣ ମାଝୀ,ହୋମଗାର୍ଡ ସୁଶାନ୍ତ ବେହେରା ଓ ସିତାକାନ୍ତ ପଟନାୟକ ଖଇରପୁଟ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ସେହି ରାସ୍ତାରେ ଦୃତଗତିରେ ଏକ ଗାଡି ପଳାଉଥିବାର ଦେଖି ତାକୁ ଗୋଡାଇ ଅଟାକାଇଥିଲେ । ସେ ଗାଡିଟି ଯାଜଂ କରିବାରୁ ଗାଡିର କୌଣସି କାଗଜପତ୍ର ଠିକନଥିଲେ ମଧ୍ୟ ଗାଡି ମାଲିକ ଙ୍କ ଠାରୁ ଏହି ପୁଲିସ କର୍ମଚାରୀ ମାନେ ଲାଂଚ ନେଇ ଅଟକାଇଥିବା ଗାଡିଟିକୁ ଛାଡିଦେଇଥିଲେ । ସେହି ଗାଡିରେ ଚୋରାଗଜେଂଇ ଚାଲାଣରେ ବ୍ୟବହୃତ ହେଉଥିବାର ଏସପି ଜାଣି ପାରି ଲାଂଚନେଇ ଗାଡିଛାଡିଦେଇ ଥିବା ପୁଲିସ ଏଏସଆଇ ଓ ଦୁଇଜଣ ହୋମଗାର୍ଡଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଲାଚଂନେବା ଅଭିଯୋଗରେ ସେମାନଙ୍କୁ ଗତକାଲି ପୁଲିସ ଗିରଫ କରିଥିବାର ଜଣାପଡିଛି । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଗଜେଂଇ ଚାଷ ଓ ଚୋରା ଚାଲାଣକୁ ରୋକିବା ପାଇଁ ଏସିପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢଉ କରାଯାଇ ଚଳିତ ବର୍ଷ ୫୯ଟି ଚୋରା ଗଜେଂଇ ଚାଲାଣ ମାମଲା ରୁଜିହୋଇଛି, ଇତିମଧ୍ୟରେ ୧୭,୫୭୨.୯୫୦କେଜି ଚୋରା ଗଜେଂଇ ଓ ୫୬ଟି ଗାଡି ଜବତ ସହ ୧୨୨ଜଣ ଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.