Home ଜିଲ୍ଲା ପରିକ୍ରମା ଜେଇ ପ୍ରବେସିକା ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱର ଓ ବ୍ରହ୍ମପୁର କୁ ଜିଲ୍ଲାପ୍ରଶାସନ ମାଗଣାରେ ବସ ସେବା ଯୋଗାଇଲେ...

ଜେଇ ପ୍ରବେସିକା ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱର ଓ ବ୍ରହ୍ମପୁର କୁ ଜିଲ୍ଲାପ୍ରଶାସନ ମାଗଣାରେ ବସ ସେବା ଯୋଗାଇଲେ ।

126

ମାଲକାନଗିରି,୩୦ା୮(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନାର ଭୟାବହତା ଚାଲିଥିବା ଯୋଗୁଁ ବିଭିନ୍ନ ଅଚଂଳକୁ ବସ ଓ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି । ଆସନ୍ତା ୧ତାରିଖ ଠାରୁ ଆରମ୍ଭ ହେଉଥିବା ଜେଇ ପ୍ରବେସୀକା ପରୀକ୍ଷା ଆରମ୍ଭ ହେଉଥିବାରୁ ପରୀକ୍ଷା କେନ୍ଦ୍ରଗୁଡିକୁ ଯିବାପାଇଁ ଛାତ୍ର ଛାତ୍ରୀ ମାନେ ଯେପରି ଅସୁବିଧାର ସମ୍ମୁଖିନ ନ ହେବେ ସେଥି ପାଇଁ ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ମାଗଣାରେ ବସ ସେବା ର ବ୍ୟବସ୍ଥା କରାଯାଇଛି । ଆଜି ଜିଲ୍ଲାରୁ ୧୦ଜଣ ପରୀକ୍ଷାର୍ଥୀ ଭୁବନେଶ୍ୱର ଓ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ଅଭିମୁଖେ ଯାତ୍ରା କରିଛନ୍ତି,ସେମାନଙ୍କ ସହିତ ତାଙ୍କର ଅବିଭାବକ ୮ଜଣ ମଧ୍ୟ ଯାଇଛନ୍ତି । ଏହି ୧୮ଜଣଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଆଜି ସକାଳେ ଏହି ବସଟିକୁ ଭଲଭାବରେ ସାନିଟାଇଜ କରାଯାଇ ବସରେ ଯାତ୍ରାକରୁଥିବା ପରୀକ୍ଷାର୍ଥୀ ଓ ସେମାନଙ୍କ ଅବିଭାବକ ମାନଙ୍କୁ ସ୍କ୍ରୀନ ଟେଷ୍ଟ କରାଯାଇଥିଲା । ବସଷ୍ଟାଣ୍ଡ ଠାରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ସମସ୍ତଙ୍କୁ ବିସ୍କୁଟ,ପାଣି ବୋତଲ,ସୁଖିଲା ଖାଦ୍ୟପୁଡିଆ ସହିତ ମାସ୍କ,ସାନିଟାଇଜର ପ୍ରଦାନକରି ପରୀକ୍ଷାର୍ଥୀ ମାନଙ୍କ ସଫଳ କାମନାକରି ଯାତ୍ରା ମଙ୍ଗଳମୟ ହେଉ ବୋଲି କହି ବିଦାୟ ଦେଇଥିଲେ ।ଜିଲ୍ଲାପ୍ରଶାସନର ଏହି ସେବା ମନୋବୃତି କୁ ପରୀକ୍ଷାର୍ଥୀ ଓ ସେମାନଙ୍କ ଅବିଭାବକ ମାନେ ପ୍ରଶଂସା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.