Home ଓଡ଼ିଶା ଦାରୁଠେଙ୍ଗ ସ୍ଥିତ ଡମ୍ପିଂୟାର୍ଡ଼କୁ ସ୍ଥାନାନ୍ତରଣ କରାଯାଉ : ସୁର ରାଉତରାୟ

ଦାରୁଠେଙ୍ଗ ସ୍ଥିତ ଡମ୍ପିଂୟାର୍ଡ଼କୁ ସ୍ଥାନାନ୍ତରଣ କରାଯାଉ : ସୁର ରାଉତରାୟ

191

– ନନ୍ଦନକାନନ ଠାରେ ବିକ୍ଷୋଭ ପ୍ରତିବାଦ ସଭା
ଭୁବନେଶ୍ୱର ୨୩.୦୯ (ଓଡ଼ିଆ ପୁଅ) ଭୁବନେଶ୍ୱର ଉପକଣ୍ଠସ୍ଥିତ ଡାରୁଠେଙ୍ଗ ଗ୍ରାମ ଠାରେ ସମଗ୍ର ଭୁବନେଶ୍ୱର ମହାନଗରନିଗମର ଅଳିଆ ଓ ଆର୍ବଜନା ପାହାଡ଼ ପରି ଗଦାହେବା ଫଳରେ ସେଠିକାର ପରିବେଶ ଅତ୍ୟନ୍ତ ଦୂଷିତ ହୋଇପଡ଼ିଛି ବୋଲି ଜଟଣୀର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ହେବ ସେ ଏ ସଂପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି ରାଜ୍ୟ ସରକାର ଏ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି। ବାରମ୍ବାର ଆନ୍ଦୋଳନ ଏବଂ ପ୍ରତିବାଦ ସଭା କରାଯାଇଛି। ଆନ୍ଦୋଳନରେ ଅଂଶଗ୍ରହଣ କରି ସେଠିକାର ୫୦ ରୁ ଉର୍ଦ୍ଧ୍ୱ ବାସିନ୍ଦା ମାସ ମାସ ଜେଲ ଦଣ୍ଡ ଭୋଗିଛନ୍ତି।

ଏବେ ପରିସ୍ଥିତି ଅଣାୟତ। ଏହି ପ୍ରଦୁଷଣ ଫଳରେ ବହୁଲୋକ ମୃତ୍ୟୁବରଣ କଲେଣି। ମୁଖ୍ୟ ପ୍ରସଙ୍ଗ ଏହିକି ଯେ ଏବେ ଏହି ଅଳିଆ ଗଦା ଭାରତ ବିଖ୍ୟାତ ନନ୍ଦନକାନନର ପଶୁପକ୍ଷୀଙ୍କୁ ଆକ୍ରାନ୍ତ କରିଛି। ଏଥିରୁ ଜନ୍ମିତ ଭୂତାଣୁ ଦ୍ୱାରା ୫ଟା ହାତୀ, ଗଣ୍ଡା, ନୀଳଗାଈ, ହରିଣ, ଧଳା ବାଘ, ଡେଲେରା ମୂଷା, ଓ ଅନ୍ୟାନ୍ୟ ପଶୁପକ୍ଷୀ ମୃତ୍ୟୁବରଣ କରିଥିବା ସ୍ଥଳେ ନନ୍ଦନକାନନ କତୃପକ୍ଷ ଏହି ପଶୁପକ୍ଷୀଙ୍କର ମୃତ୍ୟୁରକାରଣ ଦାରୁଠେଙ୍ଗ ସ୍ଥିତ ଅଳିଆ ଗଦା ବୋଲି ପ୍ରକାଶ ନକରି ସରକାରଙ୍କ ଚାପରେ ନୀରବ ରହିଛନ୍ତି।

କେବଳ ଦାରୁଠେଙ୍ଗ, ପଟିଆ, ରଘୁନାଥପୁର, ଚନ୍ଦକା, ଅନ୍ଧାରୁଆ, ପାଇକେରାପୁର, କଂଟାବାଡ଼, ମେଣ୍ଢାଶାଳ ଅଂଚଳର ବାସିନ୍ଦା ନୁହଁନ୍ତି ଭାରତ ପ୍ରଶିଦ୍ଧ ନନ୍ଦନକାନନର ସୁରକ୍ଷା ଦୃଷ୍ଟିର ମଧ୍ୟ ଡାରୁଠେଙ୍ଗ ସ୍ଥିତ ଡମ୍ପିଂୟାଡ଼କୁ ସ୍ଥାନାନ୍ତରଣ କରିବାପାଇଁ ଜଟଣୀ ବିଧାୟକ ଶ୍ରୀ ରାଉତରାୟ ଦାବି କରିଛନ୍ତି। ଏହାର ପ୍ରତିକାର କରାନଗଲେ ଆସନ୍ତା ତା ୨୫.୦୯.୨୦୧୯ ରିଖ ବୁଧବାର ଦିବା ୧୦ ଘଂଟା ସମୟରେ ନନ୍ଦନକାନନ ଗେଟ୍ ନଂ-୨ ରେ ଧାରଣା ଦିଆଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ଥାନୀୟ ଜନସାଧାରଣ ସକ୍ରୀୟ ଭାବେ ଭାଗନେଇ ଆନ୍ଦୋଳନକୁ ସଫଳ କରିବାକୁ ଅନୁରୋଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.