Home ଓଡ଼ିଶା ଲାଖପଡା ଓ ବାସୁଦିଆ ରେ ବାଲ୍ୟ ବିବାହ ବିରୁଦ୍ଧ ରେ ସଚେତନତା

ଲାଖପଡା ଓ ବାସୁଦିଆ ରେ ବାଲ୍ୟ ବିବାହ ବିରୁଦ୍ଧ ରେ ସଚେତନତା

65

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)/୨୭/୧୦- ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଳଭଦ୍ରପୁର ଗ୍ରାମ ପଞ୍ଚାୟତ ବାସୁଦିଆ ଓ ଲାଖପଡା ଗ୍ରାମ ରେ ବାଲ୍ୟ ବିବାହ ବିରୁଦ୍ଧ ରେ ଏକ ସଚେତନତା ଶୋଭାଯାତ୍ରା  କରାଯାଇଥିବା ଜଣାପଡିଛି । ଗାଁ ଗାଁ ବୁଲି ବାଲ୍ୟ ବିବାହ କୁତ୍ସିତ ପ୍ରଥା , ବାଲ୍ୟ ବିବାହ ଦ୍ୱାରା ଗର୍ଭପାତ ଓ ରକ୍ତ ହୀନତା ରୋଗ ବଢୁଥିବା , କନ୍ୟାସନ୍ତାନ ଭ୍ରୁଣ ହତ୍ୟା ବନ୍ଦ କରିବା ପାଇଁ ସଚେତନ ବାର୍ତ୍ତା ପ୍ରଦାନ କରାଯାଇଥିଲା ।

ଏଥିରେ ଲାଖପଡା ଅଙ୍ଗନାବାଡି କର୍ମୀ ମିଲି ମହାପାତ୍ର , ବାସୁଦିଆ ଅଙ୍ଗନାବାଡି କର୍ମୀ ଜୟଶ୍ରୀ ଦାସ , ଆଶାକର୍ମୀ ବଳଭଦ୍ରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଗୋକୁଳ ପ୍ରଧାନ , ମହିଳା ସ୍ୱାସ୍ଥ୍ୟକର୍ମୀ ରଶ୍ମୀ ରଞ୍ଜିତା ମହାପାତ୍ର ଆଦି ଯୋଗ ଦେଇ କନ୍ୟା ସନ୍ତାନ ର ପ୍ରାଧାନ୍ୟ ସର୍ମ୍ପକରେ ବୁଝାଇ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.