Home ଓଡ଼ିଶା ରଣପୁର ଅଂଚଳ ରେ ଭାରୀଯାନ ଯାତାୟତ ଯୋଗୁଁ ବିପଦ ରେ ଧନ ଜୀବନ

ରଣପୁର ଅଂଚଳ ରେ ଭାରୀଯାନ ଯାତାୟତ ଯୋଗୁଁ ବିପଦ ରେ ଧନ ଜୀବନ

43

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)/୨୭/୧୦ – ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ପ୍ରତିଦିନ  ଶହ ଶହ ଭାରାକ୍ରାନ୍ତ ମାଲ୍‌ବାହୀ ଯାନ ଯାତାୟତ ଯୋଗୁଁ ଧନ ଜୀବନ ବପଦ ରେ ପଡୁଥିବା ବେଳେ ପ୍ରସାଶନ ର ନିଷ୍କ୍ରିୟତା ଅଭିଯୋଗ ହେଉଛି । ରଣପୁର ତହସିଲ ଲୋଧାଚୁଆ ରାଜସ୍ୱ କାର‌୍ୟ୍ୟାଳୟ ଅଧିନରେ ଥିବା କୋଇଲମା ଓ କୋଟଗଡ ମୈାଜା ରେ ୬ ଗୋଟି ପଥର କୁଆଁରୀ ସରକାରୀ ନିଲାମ ହୋଇଛି । ନିଲାମଦାର ମାନେ ପଥର ଫୁଟାଇ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଂଚଳ କୁ ଚାଲାଣ କରୁଛନ୍ତି । ଦିନ ରାତି ଶହ ଶହ ଟ୍ରକ ରେ ପଥର ଚାଲାଣ ହେଉଛି । ଟ୍ରକ ଗୁଡିକ ରେ ସରକାରୀ ନିତୀ ନିୟମ ଠାରୁ ଅଧିକ ବଡ ବଡ ପଥର ଲଦିବା ଯୋଗୁଁ ଗାଡି ଗୁଡିକ ଭାରାକ୍ରାନ୍ତ ହୋଇପଡୁଛି । ଏହି ଭାରାକ୍ରାନ୍ତ ଗାଡି ଯାତାୟତ ସମୟରେ କେତେବେଳେ ଟ୍ରକ ରୁ ପଥର ଖସି ଲୋକଙ୍କ ଉପରେ ପଡୁଛି ତ ଆଉ କେତେବେଳେ ଲୋକମାନେ ଦୁର୍ଘଟଣା ର ସମ୍ମୁଖିନ ହେଉଛନ୍ତି ।

ସରକାରୀ ଅଧିକାରୀ ମାନେ କେହି ବି ଭାରାକ୍ରାନ୍ତ ମାଲ୍‌ବାହୀ ଟ୍ରକ କୁ ତନଖି କରୁନାହାଁନ୍ତି ।  ଏ ସର୍ମ୍ପକେ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଥାନା ରେ ବହୁତ କାମ ରହୁଛି ତେଣୁ ତନଖି କରିବା ପାଇଁ ସମୟ ହେଉନି  ।  ଏ ସର୍ମ୍ପକେ ନୟାଗଡ ଜିଲ୍ଲା ରାସ୍ତା ଓ ପରିବହନ ଅଧିକାରୀ ସମ୍ବିତ୍ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଏ ସର୍ମ୍ପକ ରେ ଆମ୍ଭ ପାଖରେ ଖବର ନଥିଲା । ଆମ୍ଭ ନିଜ ସୂତ୍ର ଲଗାଇ ଭାରାକ୍ରାନ୍ତ ଯାନ ଚଳାଚଳ କରୁଥିବା  କଥା ଯାଣିଲେ ତନଖି କରି ଆଇନ ଅନୁଯାଇ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଅପର ପକ୍ଷରେ ଭାରାକ୍ରାନ୍ତ ଯାନ ଯାତାୟତ ଯୋଗୁଁ ରଣପୁର ଠାରୁ ଜଙ୍କିଆ , ଲୋଧାଚୁଆ ଠାରୁ ବେଗୁନିଆ ପୁର୍ତ୍ତ ରାସ୍ତା ର ଅବସ୍ଥା ଶୋଚନୀୟ ହେବାକୁ ବସିଲାଣି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.