Home ଓଡ଼ିଶା ୧୬ ନଂ ଜାତୀୟ ରାଜପଥ ଟ୍ରକ ଧକ୍କା ରେ ଅଜଣା ଯୁବକ ର ମୃତ୍ୟୁ

୧୬ ନଂ ଜାତୀୟ ରାଜପଥ ଟ୍ରକ ଧକ୍କା ରେ ଅଜଣା ଯୁବକ ର ମୃତ୍ୟୁ

72

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)/୨୭/୧୦- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳ ଦେଇ ୧୬ ନଂ ଜାତୀୟ ରାଜପଥ ଯାଇଅଛି । ରାସ୍ତା କାମ ଚାଲୁଥିବାରୁ ଅନେକ ଦୁର୍ଘଟଣା ଘଟିବାରେ ଲାଗିଛି । ଅକ୍ଟୋବର ୨୭ ତାରିଖ ସକାଳ ୮ ଘଟିକା ସମୟରେ ଚମ୍ପାଗଡ ଛକ ଠାରେ ଏକ ଟ୍ରକ ଦୁର୍ଘଟଣା ରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

 

 

ଟ୍ରକ ଟି ଭୂବନେଶ୍ୱର ପଟୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ ନମ୍ବର ହେଉଛି ଏ ପି ୧୬ ଟି ଏ ୦୧୭୭  ଚାନ୍ଦପୁର ପୋଲିସ ଘଟଣାସ୍ଥଳ ରେ ପହଂଚି ଟ୍ରକ ଚକା ତଳେ ଚାପି ହୋଇଥିବା ମୃତ ଯୁବକ ର ଖଣ୍ଡ ବିଖଣ୍ଡିତ ଶବ କୁ ବସ୍ତା ରେ ପୁରାଇ ଜବତ କରି ରଣପୁର ସରକାରୀ ଡାକ୍ତର ଖାନା କୁ ପଞ୍ଚ ନାମା ପାଇଁ ପଠାଇ ଥିବା ଜଣାପଡିଛି । ଖବର ଲେଖା ହେଲା ପର‌୍ୟ୍ୟନ୍ତ ମୃତ ଯୁବକ ର ଠିକଣା ମିଳି ପାରିନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.