Home ଓଡ଼ିଶା ଲାଂଚ ନଦେଲେ ବାର୍ଦ୍ଧକ୍ୟ ଭତ୍ତା ନମିଳିବା ଅଭିଯୋଗ

ଲାଂଚ ନଦେଲେ ବାର୍ଦ୍ଧକ୍ୟ ଭତ୍ତା ନମିଳିବା ଅଭିଯୋଗ

341

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୩-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ରେ ଦୁଆରେ ଦୁଆରେ ବାର୍ଦ୍ଧକ୍ୟ ଭତ୍ତା  ବାଣ୍ଟିବା ପାଇଁ ଲାଂଚ ମଗାଯାଉଥିବା ଅଭିଯୋଗ ହୋଇଛି । କିନ୍ତୁ ଦୁଆର ଦୁଆର ବୁଲି ଭତ୍ତା ବାଣ୍ଟିବା ପାଇଁ ଯାଉଥିବା ବ୍ୟକ୍ତିମାନେ ମାସକୁ ୩୦ଟଙ୍କା ଲେଖାଏଁ ଆଗ ଦେଲେ ତାପରେ ଭତ୍ତା ଦେବେ ବୋଲି ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ରେ ଅଭିଯୋଗ ହୋଇଛି । ଏହିଭଳି ଅଭିଯୋଗ ଆଣିଛନ୍ତି ରଣପୁର ଏନ.ଏ.ସି ୧୫ନମ୍ବର ୱାର୍ଡର ବ୍ରଜକିଶୋର ବେହେରା । ଅଭିଯୋଗ ଅନୁଯାୟୀ ବ୍ରଜକିଶୋର ମାସିକ ୫ଶତ ଟଙ୍କା ଏବଂ ତାଙ୍କ ସ୍ତ୍ରୀ ଯଶୋଦା ବେହେରା ମାସିକ ୫ଶତ ଟଙ୍କା ପାଇଥାନ୍ତି । ରଣପୁର ଏନ.ଏ.ସି ତରଫରୁ ତାଙ୍କ ଗ୍ରାମକୁ ଭତ୍ତା ବାଣ୍ଟିବାକୁ ଯାଇଥିବା ଦିନ ଉଭୟ ସ୍ୱାମୀ ସ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ହାଟବସ୍ତ ଜରାଶ୍ରମରେ ଥିଲେ । ତାଙ୍କର ପୁଅ ବୋହୁ କିଛିଦିନ ହେଲା ବାପା ମାଙ୍କୁ ଖାଇବାକୁ ନଦେବାରୁ ଉଭୟ ହାଟବସ୍ତ ଜରାଶ୍ରମରେ ରହିଆସୁଛନ୍ତି । ଭତ୍ତା ଟଙ୍କା ଗ୍ରାମରେ ବଣ୍ଟାହେବା ଶୁଣି ସେ ଉଭୟ ଗ୍ରାମକୁ ଆସିଥିଲେ । ଆସିଲା ବେଳକୁ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟୁଥିବା ଏନ୍‌.ଏ.ସି କର୍ମଚାରୀ ପଳାଇ ଆସିଥିଲେ । ତା ପରଦିନ ବ୍ରଜକିଶୋର ବେହେରା ଏନ୍‌.ଏ.ସି ଅଫିସ୍ ରେ କାର୍ଯ୍ୟ କରୁଥିବା ଛାଟିଆ ପିଅନ ଯିଏକି ଭତ୍ତା ଟଙ୍କା ବାଣ୍ଟୁଥିଲେ ତାଙ୍କ ଘରକୁ ଯାଇ ଭତ୍ତା ଟଙ୍କା ମାଗିଲେ । ଛାଟିଆ ତାଙ୍କୁ ମାସିକ ୩୦ ଟଙ୍କା ହିସାବରେ ୪ମାସକୁ ୧୨୦ଟଙ୍କା ଏବଂ ତାଙ୍କ ସ୍ତ୍ରୀ ପାଇଁ ୪ମାସକୁ ୧୨୦ଟଙ୍କା ଲାଂଚ ଦେଲେ ଉଭୟଙ୍କୁ ୪ମାସର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ୪ହଜାର ଟଙ୍କା ଦିଆଯିବ ବୋଲି କହିଥିଲେ ।

ବ୍ରଜକିଶୋର କହିଥିଲେ ମୋ ପାଖରେ ଖୁଛୁରା କଏନ୍ ଘରେ ଅଛି ଯାଉଛି ଆଣିବି । ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଦେଉଥିବା ଛାଟିଆ କହିଲେ ଖୁଚୁରା କଏନ୍ ଆମ୍ଭେ ନେବୁନାହିଁ । ତେଣୁ ଟଙ୍କା ନଥିବାରୁ ଭତ୍ତା ନପାଇ ଘଟଣା ସମ୍ପର୍କେ ବ୍ରଜକିଶୋର ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କେ ରଣପୁର ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଲାଂଚ ମାଗିବା ଏକ ଧର୍ତ୍ତବ୍ୟ ଅପରାଧ । କିଏ ମାଗିଛି ସେ ସମ୍ପର୍କରେ ମୁଁ ତଦନ୍ତ କରିବି । ଏ ସମ୍ପର୍କେ ରଣପୁର ଏନ୍‌.ଏ.ସି ଅଧ୍ୟକ୍ଷା ସବିତା ଦାସଙ୍କ ସହ ଫୋନ୍ ଯୋଗେ ଯୋଗା ଯୋଗ କରିବାରେ କୁହନ୍ତି ଲାଂଚ ମାଗିବା ଏକ ଅପରାଧ । ଆମ୍ଭ ଏନ୍‌.ଏ.ସି ରେ ଥିବା ଗୋଷ୍ଠୀ ଅଧିକାରୀ ଜଣେ ମହିଳା । ସେ ଗର୍ଭବତୀ ଥିବାରୁ ଯିବା ଆସିବା କରି ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା କଷ୍ଟ ହେବାରୁ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା ପାଇଁ ପିଅନ ଛାଟିଆକୁ ଦେଇ ଯାଇଛନ୍ତି । ଏହିଭଳି ଲାଂଚ ମାଗିବା ନିନ୍ଦନୀୟ ଘଟଣା । ଅପରପକ୍ଷେ ବ୍ରଜକିଶୋର ଏବଂ ଯଶୋଦା ଲାଂଚ ନଦେବାରୁ ଭତ୍ତା ନପାଇ ଭତ୍ତା ଅପେକ୍ଷାରେ ରହିଛନ୍ତି । ସେହିଭଳି ଭାବରେ ରଣପୁର ବ୍ଲକ୍ ର ୩୭ଗୋଟି ଗ୍ରାମ ପଂଚାୟତରେ ଶିକ୍ଷକ ମାନଙ୍କ ମାଧ୍ୟମରେ ଆଗୁଆ ୪ମାସର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବଣ୍ଟା ଯାଇଥିବା ଜଣା ପଡିଛି । ଭତ୍ତା ଟଙ୍କା ଗାଡି ପ୍ରତି ପଂଚାୟତରେ ପହଁଚିବା ପାଇଁ ବିଳମ୍ବ ହେବା ଯୋଗୁଁ ଶିକ୍ଷକମାନେ ବହୁ ସମୟ ସାମାଜିକ ଦୁରତ୍ୱ ବଜାୟ ରଖି ବସି ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.