Home ଓଡ଼ିଶା ପଚା ଚିଙ୍ଗୁଡି ମାଛକୁ ଗ୍ରାମବାସୀ ବେପାରୀଠାରୁ ପୋତିଦେଲେ

ପଚା ଚିଙ୍ଗୁଡି ମାଛକୁ ଗ୍ରାମବାସୀ ବେପାରୀଠାରୁ ପୋତିଦେଲେ

611

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୩-କରୋନା ସଂକ୍ରମଣ ଭୟରେ ଗ୍ରାମବାସୀମାନେ ସଚେତନ ହୋଇ ଉଠିଛନ୍ତି । ଯାହା ଫଳରେ ଗ୍ରାମକୁ ସକାଳୁ ଆସୁଥିବା ବୁଲା ବିକାଳିଙ୍କ ଉପରେ ନଜର ରଖିଛନ୍ତି । ରଣପୁର ବ୍ଲକ୍ ବ୍ରଜରାଜପୁର ଗ୍ରାମପଂଚାୟତ ଲତାର ଗ୍ରାମର ଲୋକମାନେ ଅଧିକ ସଚେତନ ହୋଇ ବୁଲା ବିକାଳିଙ୍କ ଉପରେ ନଜର ରଖିଥିଲେ । କୁହୁଡି ଗ୍ରାମର ଛବି ବେହେରା ଗ୍ରାମକୁ ମାଛ ବିକିବାକୁ ଆସିଥିବା ବେଳେ ପଚା ଚିଙ୍ଗୁଡି ମାଛ ଦେଖି ଗ୍ରାମବାସୀମାନେ ବିକିବାକୁ ବାରଣ କରିଥିଲେ ଏବଂ ଛବି ବେହେରାଙ୍କୁ କହିଥିଲେ ଗାଁଠାରୁ କିଛି ଦୂରରେ ପଚା ଚିଙ୍ଗୁଡି ମାଛକୁ ପୋତିଦେବା ପାଇଁ । ଫଳରେ ଛବି ବେହେରା ନିଜେ ମାଛ ନେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ପୋତି ଦେଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.