Home ଓଡ଼ିଶା ଟେଲିଭିଜନର ସୁବର୍ଣ୍ଣ ଯୁଗ ଫେରାଇ ଆଣିଛି ଦୂରଦର୍ଶନ

ଟେଲିଭିଜନର ସୁବର୍ଣ୍ଣ ଯୁଗ ଫେରାଇ ଆଣିଛି ଦୂରଦର୍ଶନ

711

ଡିଡି ଚ୍ୟାନେଲ, ଲୋକସଭା ଟିଭି, ରାଜ୍ୟସଭା ଟିଭି ଚ୍ୟାନେଲର ବାଧ୍ୟତାମୂଳକ ପ୍ରସାରଣ ପାଇଁ କେବୁଲ ଅପରେଟରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା

ନୂଆ ଦିଲ୍ଲୀ ୩୧-୩ (ଓଡ଼ିଆ ପୁଅ) ଲକଡାଉନ ଅବଧିରେ ଲୋକମାନଙ୍କର ଘରେ ରହଣୀକୁ ଅଧିକ ଉପଭୋଗ୍ୟ କରିବା ଉଦ୍ଦେଶ୍ୟରେ ଦୂରଦର୍ଶନ ନିଜର ସୁବର୍ଣ୍ଣ ଯୁଗ ସୋ’ଗୁଡ଼ିକୁ ଟେଲିଭିଜନକୁ ଫେରାଇ ଆଣିବା ପାଇଁ ଯୋଜନା ରଖିଛି। ନିମ୍ନଲିଖିତ ସୋ’ଗୁଡ଼ିକ ପୁନଃପ୍ରସାରଣ ହେବାକୁ ଧାର୍ଯ୍ୟ ହୋଇଛି।

୧. ଚାଣକ୍ୟ: ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଦ୍ୱାରା ନିର୍ଦ୍ଦେଶିତ ୪୭ଟି ଅଧ୍ୟାୟର ଏହି ସୋ’ ୨୦୨୦ ଏପ୍ରିଲ ପ୍ରଥମ ସପ୍ତାହରୁ ଡିଡି ଭାରତୀରେ ଅପରାହ୍ଣ ସମୟରେ ପ୍ରସାରଣ ପାଇଁ ଯୋଜନା କରାଯାଇଛି।

୨. ଉପନିଷଦ୍ ଗଙ୍ଗା: ଚିନ୍ମୟ ମିସନ ଟ୍ରଷ୍ଟ ଦ୍ୱାରା ପ୍ରାୟୋଜିତ ତଥା ଡ. ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଦ୍ୱାରା ନିର୍ଦ୍ଦେଶିତ ୫୨ଟି ଅଧ୍ୟାୟର ଏହି ସୋ’ ୨୦୨୦ ଏପ୍ରିଲ ପ୍ରଥମ ସପ୍ତାହରୁ ଡିଡି ଭାରତୀରେ ଅପରାହ୍ଣ ସମୟରେ ପ୍ରସାରଣ ପାଇଁ ଧାର୍ଯ୍ୟ ହୋଇଛି।

୩. ଶକ୍ତିମାନ: ମୁକେଶ ଖାନ୍ନା ଅଭିନୀତ ଏହି ପ୍ରସିଦ୍ଧ ସିରିଆଲ ୨୦୨୦ ଏପ୍ରିଲରୁ ଡିଡି ନ୍ୟାସନାଲ ନେଟୱର୍କରେ ଅପରାହ୍ଣ ୧ଟାରେ ଘଂଟାଏ ଲେଖାଏଁ ପ୍ରସାରଣ ହେବ।

୪. ଶ୍ରୀମାନ ଶ୍ରୀମତୀ: ମାର୍କଣ୍ଡ ଅଧିକାରୀଙ୍କ ଦ୍ୱାରା ପ୍ରାୟୋଜିତ ଏହି କମେଡି ସୋ’ ୨୦୨୦ ଏପ୍ରିଲରୁ ଡିଡି ନ୍ୟାସନାଲରେ ଅପରାହ୍ଣ ୨ଟାରେ ପ୍ରସାରଣ ହେବ।

୫. କ୍ରିଷ୍ଣା କଳି: ୧୮ଟି ଅଧ୍ୟାୟର ଏହି ଧାରାବାହିକ ପ୍ରତିଦିନ ଡିଡି ନ୍ୟାସନାଲରେ ସକାଳ ୮.୩୦ଟାରେ ପ୍ରସାରଣ ପାଇଁ ଯୋଜନା କରାଯାଇଛି।

ଉପରୋକ୍ତ ଟେଲିଭିଜନ ସିରିଆଲଗୁଡ଼ିକ ପ୍ରସାରଣ ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ନିମ୍ନଲିଖିତ ସୁବର୍ଣ୍ଣ ଯୁଗ ସୋ’ ୨୦୨୦ ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇସାରିଛି।

୧. ରାମାୟଣ: ରାମାନନ୍ଦ ସାଗରଙ୍କ ଏହି ପୌରାଣିକ ଧାରାବାହିକ (୩୫ ମିନିଟ୍ ଲେଖାଏଁର ୭୮ଟି ଅଧ୍ୟାୟ ଏବଂ ୩୦ ମିନିଟ୍ ଲେଖାଏଁର ୩୦ଟି ଅଧ୍ୟାୟ) ଡିଡି ନ୍ୟାସନାଲରେ ପ୍ରତିଦିନ ସକାଳ ୯ଟା ଏବଂ ସନ୍ଧ୍ୟା ୯ଟାରେ ପ୍ରସାରଣ ଆରମ୍ଭ ହୋଇଛି।

୨. ମହାଭାରତ: ୯୭ଟି ଅଧ୍ୟାୟର(୪୫ ମିନିଟ୍ ଲେଖାଏଁ) ଏହି ଧାରାବାହିକ ଡିଡି ଭାରତୀରେ ମଧ୍ୟାହ୍ନ ୧୨ଟା ଓ ସନ୍ଧ୍ୟା ୭ଟାରେ ପ୍ରସାରଣ ହେଉଛି।

୩. ବ୍ୟୋମକେଶ ବକ୍ସି: ୫୨ଟି ଅଧ୍ୟାୟର ଏହି ଧାରାବାହିକ ପ୍ରତିଦିନ ପୂର୍ବାହ୍ନ ୧୧ଟା ବେଳେ ୧ ଘଂଟା ଲେଖାଏଁ ପ୍ରସାରଣ ହେଉଛି।

୪. ସର୍କସ: ଶାହରୁଖ ଖାନ୍ ଅଭିନୀତ ୧୯ଟି ଅଧ୍ୟାୟର ଏହି ଧାରାବାହିକ ସନ୍ଧ୍ୟା ୮ଟା ବେଳେ ପ୍ରସାରଣ ହେଉଛି।

୫. ହମ୍ ହେଁ ନା: ୬୦ଟି ଅଧ୍ୟାୟର ଏହି ଧାରାବାହିକ ୨୦୨୦ ମାର୍ଚ୍ଚ ୨୮ରୁ ଡିଡି ନ୍ୟାସନାଲ ନେଟୱର୍କରେ ପ୍ରତିଦିନ ରାତି ୧୦ଟାରେ ପ୍ରସାରଣ ହେଉଛି।

୬. ତୁ ତୋତା ମେଁ ମୈନା: ୨୬ଟି ଅଧ୍ୟାୟର ଏହି ଧାରାବାହିକ ୨୦୨୦ ମାର୍ଚ୍ଚ ୨୮ରୁ ଡିଡି ନ୍ୟାସନାଲ ନେଟୱର୍କରେ ପ୍ରତିଦିନ ରାତି ୧୦.୩୦ରେ ପ୍ରସାରିତ ହେଉଛି।

ସେହିପରି କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ ଅଧୀନରେ ଡିଡି ଚ୍ୟାନେଲ ସମେତ ଲୋକସଭା ଓ ରାଜ୍ୟସଭା ଚ୍ୟାନେଲ ଦେଖାଇବା ନିମନ୍ତେ ଡିଟିଏଚ/କେବୁଲ ଅପରେଟରଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହି ଚ୍ୟାନେଲଗୁଡ଼ିକ ନ ଦେଖାଇଲେ ସେମାନଙ୍କ ବିରୋଧରେ ଆଇନର ଧାରା ୧୧, ୧୨ ଓ ୧୮ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯଦି ଦର୍ଶକମାନେ ସେମାନଙ୍କ ପସନ୍ଦର ଡିଡି ଚ୍ୟାନେଲ ଦେଖିବାରେ ଅସମର୍ଥ ହେଉଛନ୍ତି, ସେମାନେ ଏ ସମ୍ପର୍କରେ ନିକଟସ୍ଥ ଦୂରଦର୍ଶନ କେନ୍ଦ୍ରର ଷ୍ଟେସନ ମୁଖ୍ୟଙ୍କୁ କିମ୍ବା ଇ-ମେଲ କରି ଅଭିଯୋଗ କରିପାରିବେ। ଏ ସମ୍ପର୍କିତ ଏକ ଚିଠି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.